କି ଅଜବ ନିୟମ! ଛାତ୍ରୀମାନେ ମାସିକ ଧର୍ମର ଶିକାର ହୋଇଛନ୍ତି କି ନାହିଁ ପ୍ରିନ୍ସପାଲ କଲେ ପରୀକ୍ଷା
ଗୁଜୁରାଟ: ଗୁଜୁରାଟର ଭୁଜରେ ଏକ ବୃହତ ଲଜ୍ଜା ଘଟଣା ସମ୍ନାକୁ ଆସିଛି। ଏଠାରେ ଥିବା ସହଜାନନ୍ଦ କଲେଜର ପ୍ରିନ୍ସପାଲ ୬୮ ଜଣ ଛାତ୍ରୀଙ୍କ ଅନ୍ତବସ୍ତ୍ର ଖୋଲି ଛାତ୍ରୀମାନେ ମାସିକ ଋତୁସ୍ରାବର ଶିକାର ହୋଇଛନ୍ତି କି ନାହିଁ ପରୀକ୍ଷା କରିଛନ୍ତି। ଏହି ଘଟଣା ସ୍ଥାନୀୟ ଏକ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ପ୍ରଘଟ ହୋଇଥିଲା। ସେହି ଗଣମାଧ୍ୟମ ରିପୋର୍ଟ ଅନୁସାରେ କଲେଜରେ ନିୟମ ରହିଛି ଯେ ଋତୁସ୍ରାବ ସମୟରେ କାହା ସହିତ ହାତ ମିଳାଇବା ଓ ଆଲିଙ୍ଗନ କରିବା ଅନୁମତି ନାହିଁ । ଏହା ସହିତ କଲେଜ ପାଖରେ ଥିବା ମନ୍ଦରକୁ ଋତୁମତି ହୋଇଥିବା ଛାତ୍ରୀ ଯିବେ ନାହିଁ। ମନ୍ଦିର ବାହାରେ ମଧ୍ୟ ଫଳକ ମାଧ୍ୟମରେ ଏହି ବାର୍ତ୍ତାକୁ ଲେଖାଯାଇଛି। ଏମିତିକି ମନ୍ଦିର ଓ କଲେଜର ରୋଷେଇରେ ମଧ୍ୟ ଏହି ଋତୁମତି ଛାତ୍ରୀମାନେ ସାମିଲ ହୋଇପାରିବେ ନାହିଁ ବୋଲି କୁହାଯାଇଛି।
ଶ୍ରୀ ସହଜାନନ୍ଦ କଲେଜକୁ ସ୍ବାମୀ ନାରାୟଣ ମନ୍ଦରରେ ଭକ୍ତମାନେ ମିଶି ଚଲାଉଛନ୍ତି। ଏହି କଲେଜର ପ୍ରିନ୍ସପାଲ କହିଛନ୍ତି ଆମକୁ ଅଭିଯୋଗ ମିଳିଥିଲା ଯେ ଋତୁମତି ହୋଇଥିବା ଛାତ୍ରୀମାନେ କଲେଜରେ ଅନ୍ୟମାନଙ୍କ ସହ ହାତ ମେଳାଉଛନ୍ତି, ମନ୍ଦିର ଯାଉଛନ୍ତି ଓ କଲେଜ କିଚେନ ମଧ୍ୟ ଯାଉଛନ୍ତି। ପ୍ରିନ୍ସପାଲ ଏହାକୁ ରୋକିବାକୁ କଲେଜର ସମସ୍ତ କର୍ମଚାରୀଙ୍କ ସହ ମିଶି ୬୮ ଛାତ୍ରୀଙ୍କ ଅନ୍ତବସ୍ତ୍ର କାଢି ଏହା ପରୀକ୍ଷା କରୁଥିଲେ ଯେ ସେମାନଙ୍କର ମାସିକ ଧର୍ମ ଚାଲୁଛି କି ନାହିଁ।
ଏଥିପାଇଁ କଲେଜ ଷ୍ଟାଫ୍ ଜଣ ଜଣ ଛାତ୍ରୀଙ୍କୁ ବାଥରୁମ ନେଇ ଅନ୍ତବସ୍ତ୍ର ଖୋଲି ଯାଞ୍ଚ କରିଥିଲେ। ଜଣେ ଛାତ୍ରୀ ଏହି ଘଟଣାକୁ ସ୍ଥାନୀୟ ମିଡିଆରେ କହିଥିଲେ ବାରମ୍ବାର କଲେଜରେ ଏଭଳି ଘଟଣା ଘଟିଚାଲୁଛି। ଆଉ ଜଣେ ଛାତ୍ରୀ ଅଭିଯୋଗ ଆଣି କହିଥିଲେ ଯେ ଏହି ଘଟଣାରେ ଛାତ୍ରୀମାନଙ୍କ ଅଭିଭାବକଙ୍କ ଭାବନକୁ ନେଇ ବ୍ଲାକମେଲ କରାଯାଉଛି। ସେମାନଙ୍କୁ ମନ୍ଦିର ପ୍ରଶାସନ ତରଫରୁ କହୁଯାଇଛି ଯେ ଏହି ଘଟଣାକୁ ପୋଲିସରେ ନକିହିବାପାଇଁ । ଯେତେବେଳେ ଏହିବିଷୟରେ ସ୍ଥାନୀୟ ମିଡିଆ ମନ୍ଦିର ଓ କଲେଜ ଟ୍ରଷ୍ଟକୁ ପଚାରିଥିଲେ ସେତେବେଳେ କେହି ପ୍ରତିକିୟା ଦେଇନଥିଲେ। କିନ୍ତୁ ପରେ ଘଟଣାକୁ ତଦନ୍ତ କରାଯାଇ କାର୍ଯ୍ୟନୁଷ୍ଠାନ ନେବା ପାଇଁ ଉଭୟ ଟ୍ରଷ୍ଟ ମେମ୍ବର କହିଥିଲେ।