Below header

ବାଲ୍ୟ ବିବାହକୁ ରୋକିଲା ଝାରସୁଗୁଡ଼ା ଚାଇଲଡ୍‌ ଲାଇନ୍‌ ଓ ପୋଲିସ

ଝାରସୁଗୁଡ଼ା(କେନ୍ୟୁଜ୍): ବାଲ୍ୟ ବିବାହକୁ ରୋକିଲା ଝାରସୁଗୁଡ଼ା ଚାଇଲଡ୍‌ ଲାଇନ୍‌ ଓ ପୋଲିସ। ଝାରସୁଗୁଡ଼ା ଜିଲ୍ଲା କଣ୍ଟାପାଲିଠାରେ ନାବାଳିକାର ବିବାହ ହେଉଥିବା ,ବେଳେ ଚାଇଲଡ ଲାଇନ୍‌  ଓ ସିଡବ୍ଲୁସି ପୋଲିସ ଚଢାଉ କରି ନାବାଳିକାକୁ ଉଦ୍ଧାର କରିଛି। ବରର ଘର ଝାରସୁଗୁଡ଼ା ଜିଲ୍ଲା ଜୁନାଡିହିରେ ହୋଇଥିବା ବେଳେ, ଝିଅର ଘର ବଲାଙ୍ଗିରରେ। ବାଲ୍ୟ ବିବାହ ହେଉଥିବା କୌଣସି ସୂତ୍ରରୁ ପୋଲିସ ଖବର ପାଇ ଚଢାଉ କରିଥିଲା। ଘଟଣାସ୍ଥଳରୁ ବର ଫେରାର ହୋଇଯାଇଥିବା ବେଳେ , ବରର ବଡଭାଇକୁ ଅଟକ ରଖି ପଚରାଉଚୁରା କରାଯାଉଥିବା ଚାଇଲଡ ଲାଇନ ସଂଯୋଜକ ସୂଚନା ଦେଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.