ସେଲଫି ଡିଲିଟ୍ ନ କରିବାରୁ ପ୍ରେମିକଙ୍କୁ ଅପହରଣ କଲେ ପ୍ରେମିକା, ମାମଲା ହେଲା ରୁଜୁ

ତାମିଲନାଡୁରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ପ୍ରେମିକ ପ୍ରେମିକାଙ୍କ ସାଥିରେ ସେଲ୍ଫି ଉଠାଇବା ପାଇଁ ରାଜି ନହେବାରୁ ପ୍ରେମିକା ଜଣଙ୍କ ତାଙ୍କ ସାଥିକୁ ଅପହରଣ କରିନେଇଛନ୍ତି। ଏହି ଘଟଣା ତାମିଲନାଡୁ ଚେନ୍ନାଇର ଅଟେ ଯେଉଁଠି ଜଣେ ୨୦ ବର୍ଷିୟା ଯୁବତୀ ନିଜର ପ୍ରେମିକାଙ୍କୁ ଏକ ସେଲ୍ଫି ଡିଲିଟ କରିବାକୁ କହିଥିଲେ।

କିନ୍ତୁ ପ୍ରେମିକ ଜଣଙ୍କ ସେଲ୍ଫି ଉଠାଇବା ପାଇଁ ମନା କରିଦେଇଥିଲେ। ଏହାକୁ ନେଇ ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଗଲା। ଏହି ଝଗଡା ପରବର୍ତ୍ତୀ ସମୟରେ ମାଡପିଟ ପର‌୍ୟ୍ୟନ୍ତ ଚାଲିଗଲା। କ୍ରୋଧିତ ହୋଇଯାଇଥିବା ପ୍ରେମିକ ନିଜ ପ୍ରେମିକାଙ୍କ ମୁଣ୍ଡକୁ ହେଲମେଟରେ ପ୍ରହାର କରିଥିଲେ। ଯାହାପରେ ଯୁବତୀ ଜଣଙ୍କ ତାଙ୍କ ପ୍ରେମିକାକୁ ଅପହରଣ କରିନେଇଥିଲେ।

ପିଡିତଙ୍କ ନାମ ହେଉଛି ନବୀନ ଅହମ୍ମଦ। ସେ ଘରକୁ ଫେରୁଥିବା ସମୟରେ ଚାରି ଜଣ ସନ୍ଦିଗ୍ଧ ତାଙ୍କୁ ଅପହରଣ କରିନେଇଥିଲେ। ଅପହରଣକାରୀ ତାଙ୍କୁ ମାଡପିଟ କରିବା ପରେ ଛାଡି ଦେଇଥିଲେ।

ଅପହରଣକାରୀ ମାନେ ତାଙ୍କୁ ଜବରଦସ୍ତି ଉଠାଇ ନେଇ ତାଙ୍କ ମୋବାଇଲ ଫୋନ ଏବଂ ଆଇପ୍ୟାଡ୍ ନେଇଯାଇଥିଲେ। ନବୀନ ବେହୋସ ଥିଲା। ପରଦିନ ଯେତେବେଳେ ତାଙ୍କର ହୋସ ଫେରିଲା ତେବେ ସେ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ପୋଲିସକୁ ଏହାର ସୂଚନା ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.