ଭିଡିଓକନକୁ ଆଇସିଆଇସିଆଇ ବ୍ୟାଙ୍କର ଋଣ ଦୁର୍ନୀତି ମାମଲା, ଇଡିରେ ହାଜର ହେଲେ ଚନ୍ଦା କୋଚର ଓ ଦୀପକ କୋଚର

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟରେ ହାଜର ହେଲେ ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ସିଇଓ ଚନ୍ଦା କୋଚର ଓ ତାଙ୍କ ସ୍ୱାମୀ ଦୀପକ କୋଚର। ଭିଡିଓକନକୁ ଆଇସିଆଇସିଆଇ ବ୍ୟାଙ୍କର ଋଣ ଦୁର୍ନୀତି ମାମଲାରେ ଆଜି ସେ ଦିଲ୍ଲୀର ଇଡି କାର୍ଯ୍ୟାଳୟରେ ହାଜର ହୋଇଛନ୍ତି। ବ୍ୟାଙ୍କ ଋଣ ପ୍ରଦାନରେ ଦୁର୍ନୀତି ଓ ବେଆଇନ ଅର୍ଥ ଠୁଳ ନେଇ ଇଡିରେ ହାଜର ହେବାକୁ ତାଙ୍କୁ ସମନ ଜାରି ହୋଇଥିଲା। ବ୍ୟାଙ୍କ ଦୁର୍ନୀତି ନେଇ ତାଙ୍କୁ ଜେରା ଚାଲିଥିବା ଜଣାପଡ଼ିଛି। ଏହି ମାମଲାରେ ପୂର୍ବରୁ ମାର୍ଚ୍ଚ ୧ ତାରିଖରେ ଚନ୍ଦା କୋଚର ଓ ଭିଡିଓକନ୍‌ ମୁଖ୍ୟ ବେଣୁଗୋପାଳ ଧୂତଙ୍କ ଘରେ ଚଢାଉ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ।

EDପୂର୍ବରୁ ଚନ୍ଦା କୋଚରଙ୍କ ସ୍ୱାମୀ ଦୀପକ କୋଚର ଓ ବେଣୁଗୋପାଳଙ୍କ ବିରୋଧରେ ଲୁକ୍‌ ଆଉଟ୍‌ ନୋଟିସ୍‌ ଜାରି କରିଥିଲା ସିବିଆଇ । ଆଇସିଆଇସିଆଇ ବ୍ୟାଙ୍କ ଋଣ ପ୍ରଦାନ ନୀତିର ଉଲ୍ଲଙ୍ଘନ କରି ଭିଡିଓକନ୍‌କୁ ୩ ହଜାର ୨୫୦ କୋଟିର ଋଣ ଦେଇଥିଲା । ଏହାକୁ ନେଇ ବିବାଦ ଆରମ୍ଭ ହୋଇଥିଲା । ପରେ ମାମଲାର ତଦନ୍ତ ଭାର ଜଷ୍ଟିସ୍‌ ଶ୍ରୀକୃଷ୍ଣ କମିସନଙ୍କୁ ଦିଆଯାଇଥିଲା । ଋଣ ପ୍ରଦାନରେ ବ୍ୟାଙ୍କର ଆଚାର ସଂହିତା ଉଲ୍ଲଘଂନ ହୋଇଥିବା କମିସନ କହିଥିଲେ । ଏହି ଲୋନ୍‌ର ଏକ ପ୍ରତିଶତ ଅର୍ଥ ଚନ୍ଦା କୋଚରଙ୍କ ସ୍ୱାମୀ ଦୀପକ କୋଚରଙ୍କ ଦ୍ୱାରା କମ୍ପାନୀକୁ ମିଳିଥିଲା । ଏହା ଦ୍ୱାରା ତାଙ୍କୁ ଅନେକ ଲାଭ ମିଳିଥିଲା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.