Below header

ଫନି ପ୍ରଭାବିତଙ୍କ ସହାୟତା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କେନ୍ୟୁଜ୍ : ଫନି ପ୍ରଭାବିତଙ୍କ ସହାୟତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଳୟଙ୍କରୀ ବାତ୍ୟାରେ ପ୍ରାଥମିକ ଆକଳନ ଅନୁସାରେ ୫ଲକ୍ଷରୁ ଅଧିକ ଘର ସଂପୂର୍ଣ୍ଣ କିମ୍ବା ଆଶିଂକ କ୍ଷତିଗ୍ରସ୍ତ ହୋଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୫ଲକ୍ଷ ପକ୍କାଘର ଯୋଗାଇ ଦେବାକୁ ପତ୍ରରେ ଅନୁରୋଧ କରିଛନ୍ତି ନବୀନ। ଜୁନ ୧୦ତାରିଖ ପୂର୍ବରୁ ରାଜ୍ୟରେ ମୌସୁମୀ ପ୍ରବେଶ କରିବାର ସମ୍ଭାବନା ରହିଥିବାରୁ ପ୍ରାଥମିକତା ଭିତ୍ତିରେ ପକ୍କା ଘର ନିର୍ମାଣ କରିବାକୁ ସେ ଉଲ୍ଲେଖ କରିଛନ୍ତି। ଏହା ଏକ ଭୟଙ୍କର ବିପର୍ଯ୍ୟୟ ସ୍ଥିତି ହୋଇଥିବାରୁ ଏହାକୁ ସ୍ୱତନ୍ତ୍ର ଭାବେ ଗ୍ରହଣ କରି କେନ୍ଦ୍ର ଓ ରାଜ୍ୟର ପାଣ୍ଠି ଭାଗୀଦାରି ୯୦:୧୦ କରିବାକୁ ସେ ଦାବି ରଖିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.