Below header

ପ୍ରଚାର ବେଳେ ବଡ଼ ସଡକ ର୍ଦୁଘଟଣାରୁ ଅଳ୍ପକେ ବର୍ତ୍ତିଲେ ଅଭିନେତା ସନି ଦେଓଲ

ଗୁରଦାସପୁର : ଦେଶରେ ଚାଲିଛି ନିର୍ବାଚନୀ ମାହୋଲ। ଚଳିତଥର ଅନେକ ଷ୍ଟାର କଳାକାର ନିର୍ବାଚନ ଲଢ଼ୁଥିବାର ଦେଖିବାକୁ ମିଳିଛି। ଏନେଇ ପ୍ରାର୍ଥୀମାନେ ପ୍ରଚାର କାମରେ ଯୋରସୋରରେ ଲାଗିଛନ୍ତି। ଗୁରଦାସପୁରର ଲୋକସଭା ଆସନରୁ ଭାଜପା ପ୍ରାର୍ଥୀ ଭାବେ ବଲିଉଡ ଅଭିନେତା ସନି ଦେଓଲ ନିର୍ବାଚନ ଲଢ଼ୁଛନ୍ତି। ଆଜି ସକାଳେ ନିର୍ବାଚନୀ ପ୍ରଚାର କରୁଥିବା ସମୟରେ ହଠାତ ତାଙ୍କ ଗାଡିର ଟାୟାର ଫାଟି ଯାଇଥିଲା। କହିବାକୁ ଗଲେ ସେ ଏକ ବିରାଟ ସଡ଼କ ର୍ଦୁଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ।

ସୂଚନା ମୁତାବକ, ସୋମବାର ସକାଳେ ଗୁରଦାସପୁର-ଅମ୍ରୁତସର ହାଇୱେ ପାଖରେ ଥିବା ମୋହଲ ଗାଁ ପାଖରେ ସନ୍ନିଙ୍କ ଗାଡି ରାଲିରେ ଚାଲୁଥିବା ଅନ୍ୟ ଗାଡି ମାନଙ୍କ ସହ ଧକ୍କା ହୋଇଥିଲା। ଏହି ସମୟରେ ସନ୍ନିଙ୍କର କାର ଡିଭାଇଡର ସହ ଧକ୍କା ହୋଇଥିଲା ଫଳରେ ତାଙ୍କ ଟାୟାର ଫାଟି ଯାଇଥିଲା। ଏହା ଦ୍ବାରା ତାଙ୍କ କାର ସହ ରାଲିରେ ଥିବା ୩ଟି କାର କ୍ଷତିଗସ୍ତ ହୋଇଛି। ତେବେ ଏଥିରେ କିଏ ଆହତ ହୋଇନଥିବା ଜଣାପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.