ମାଲକାନଗିରି : ଗୁରୁପ୍ରିୟା ସେତୁ ନିକଟରେ ଥିବା ବିଏସଏଫର ୧୩ ବାଟାଲିୟନ ଯବାନ କ୍ୟାମ୍ପ ନିକଟରେ ମାଓବାଦୀଙ୍କ ପ୍ରେସର ମାଇନ ବିସ୍ଫୋରଣ

ମାଲକାନଗିରି(କେନ୍ୟୁଜ୍) : ପୁଣି ନିଜ ସ୍ଥିତି ଜାହିର କରିବାକୁ ମାଓବାଦୀଙ୍କ ଉଦ୍ୟମ। ମାଲକାନଗିରିରେ ଘଟାଇଛନ୍ତି ପ୍ରେସର ମାଇନ ବିସ୍ଫୋରଣ। ଚିତ୍ରକୋଣ୍ଡା ଥାନାର ଗୁରୁପ୍ରିୟା ସେତୁ ନିକଟରେ ଥିବା ବିଏସଏଫର ୧୩ ବାଟାଲିୟନ ଯବାନ କ୍ୟାମ୍ପ ନିକଟରେ ଘଟାଇଛନ୍ତି ବିସ୍ଫୋରଣ। ଏଥିରେ ଜଣେ ଯବାନ ଯୋଗତର ସିଂହ ଗୁରୁତର ଆହତ ହୋଇଛନ୍ତି। କ୍ୟାମ୍ପରେ ତାଙ୍କ ଚିକିତ୍ସା ଆରମ୍ଭ ହୋଇଥିବା ବେଳେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ମାଲକାନଗିରି କିମ୍ବା କୋରାପୁଟ ନିଆଯିବ ବୋଲି ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.