Below header

ପୋଲିସ କବ୍‌ଜାରେ ବାହୁବଳି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ : ସୁସ୍ଥ ହେବା ପରେ ହେବେ ଗିରଫ

କେନ୍ୟୁଜ୍(ବ୍ୟୁରୋ): ପୋଲିସ କବ୍‌ଜାରେ ବାହୁବଳି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ସୁସ୍ଥ ହେବା ପରେ ପ୍ରଶାନ୍ତଙ୍କୁ ଗିରଫ କରିବ ପୋଲିସ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ । ଜଣେ ଡିଏସ୍‌ପି ର‍୍ୟାଙ୍କ ଅଧିକାରୀ କରିବେ ଘଟଣାର ତଦନ୍ତ କରିବେ । ଆଜି ବାଣପୁରରେ ବିଜେପି କର୍ମୀଙ୍କ ଶୋଭାଯାତ୍ରା ବେଳେ ଗାଡ଼ି ଚଢ଼ାଇ ଦେଇଥିଲେ ବିଧାୟକ ।

ଏଥିରେ ୭ ଜଣ ପୋଲିସ ସମେତ ୨୦ ଜଣ ଆହତ ହୋଇଛନ୍ତି । ପୋଲିସ ବାରଣ ମାନି ନଥିଲେ ବିଧାୟକ ପ୍ରଶାନ ଜଗଦ୍ଦେବ। ବିଧାୟକଙ୍କ ନାଁରେ ହତ୍ୟା ଉଦ୍ୟମ ଦଫା ଲାଗିଛି । ପୋଲିସକୁ ଡ୍ୟୁଟିରେ ବାଧା ଦେବା, ଲୋକଙ୍କୁ ଆଘାତ ଦେବା ଭଳି ଦଫା ଲାଗିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.