ଫେସବୁକରେ ଆସୁଥିବା ଫ୍ରେଣ୍ଡ ରିକ୍ୱେଷ୍ଟ ଅସଲି କି ନକଲି ଜାଣିବା ପାଇଁ ଫଲୋ କରନ୍ତୁ ଏହି ଷ୍ଟେପ

ଯଦି ଆପଣ ଜଣେ ଫେସବୁକ ୟୁଜର ଏବଂ ଆପଣଙ୍କ ପାଖକୁ ବାରମ୍ବାର ଗୋଟିଏ ପ୍ରୋଫାଇଲରୁ ଫ୍ରେଣ୍ଡ ରିକ୍ୱେଷ୍ଟ ଆସୁଛି ତେବେ ଏହି ସମୟରେ ଆପଣ କଣ କରିବେ? ନିଶ୍ଚିତ ଭାବେ ଚିଡ଼ି ଯିବେ। ଆଉ ରିକ୍ୱେଷ୍ଟ କୁ ଡିଲେଟ କରିବେ। ତେବେ ଏହିୁ ପରିସ୍ଥିତିରେ ଆମେ ଆପଣଙ୍କୁ ଆଜି ଏକ ବଢ଼ିଆ ସହଜ ସଲ୍ୟୁସନ ସମ୍ପର୍କରେ କହିବୁ ।

ସାଧାରଣତଃ ସୋସିଆଲ ମିଡିଆରେ ଯେଉଁ ଫ୍ରେଣ୍ଡ ରିକ୍ୱେଷ୍ଟ ଆସେ ତାହା ମଧ୍ୟରୁ କିଛି ଫେକ ଆଇଡି ହୋଇଥାଏ। ଯାହାକୁ ସହଜରେୂ ଜାଣି ହୁଏ ନାହିଁ। ଆଜି ଆମେ ଏକ ସହଜ ଉପାୟ କହିବୁ। ଯାହାଦ୍ୱାରା ଆପଣ ନିଜର ପ୍ରତ୍ୟେକ ଫ୍ରେଣ୍ଡ ରିକ୍ୱେଷ୍ଟକୁ ଚେକ କରି ଜାଣିପାରିବେ। ଏହା ଅସଲି କି ନକଲି?

ଫେସବୁକ ହେଉଛି ସବୁଠୁ ପୁରୁଣା ପ୍ଲାଟଫର୍ମ। ଏଥିରେ ପ୍ରତ୍ୟେକ ଙ୍କ ସହ ଯୋଡ଼ି ହେବା ପୂର୍ବରୁ ତାଙ୍କ ସହ ଫ୍ରେଣ୍ଡ ହେବାକୁ ପଡେ। ଏମିତି ଏବେ ନୂଆ ଫିଚର ଆସିଛି ଯେ ଆପଣ ଫ୍ରେଣ୍ଡ ନଥିଲେ ଜଣଙ୍କର ପ୍ରୋଫାଇଲକୁ ଚେକ କରିପାରିବେ ନାହିଁ। ପ୍ରୋଫାଇଲ ଲକ ସାହାଯ୍ୟ ରେ ଏହି ସୁବିଧା ରହିଛି। ତେବେ ଏଠାରରେ ଅନେକ ଫେକ ଆଇଡିର ମଦ୍ୟ ଫ୍ରେଣ୍ଡ ରିକ୍ୱେଷ୍ଟ ଆସିଥାଏ।

FACEBOOK
Picture Credit-Flicker

ଏହି ସବୁ ଆକାଉଣ୍ଟକୁ ଅସଲି କି ନକଲି କିପରି ଜାଣିବେ? କିଛି ୟୁଜର୍ସ ଏଥିପାଇଁ ଅଭିଯୋଗ କରିଥାନ୍ତି। ଏହାକୁ ରିଏଲ କି ଫେକ ଜାଣିବା ପାଇଁ ଏହି ଟ୍ରିକ କୁ ଆପଣାନ୍ତୁ:

-ଅସଲି କି ନକଲି ଆକାଉଣ୍ଟ ଜାଣିବା ପାଇଁ ଆପଣ ପ୍ରଥମେ ପ୍ରୋଫାଇଲକୁ ଯାଞ୍ଚ କରନ୍ତୁ।
-ଏହାପରେ ଆପଣ ପ୍ରୋଫାଇଲର about ସେକ୍ସନକୁ ଯାନ୍ତ।ୁ
-ଦିଆଯାଇଥିବା ସମସ୍ତ ତଥ୍ୟକୁ ପଢ଼ନ୍ତୁ।
-ଏହି ତଥ୍ୟରୁ ଆପଣ ଜାଣିପାରିବେ ଯେ ଆକାଉଣ୍ଟ ରିଏଲ ନା ଫେକ।
-ଏହାର ଫ୍ରେଣ୍ଡ ଲିଷ୍ଟ ରୁ ମଧ୍ୟ ଜାଣିପାରିବେ।
-କମନ ଫ୍ରେଣ୍ଡସ୍‌ ଦେଖିକି ଆପଣ ଜାଣିପାରିବେ ଯେ ପ୍ରୋଫାଇଲ ଫେକ ନା ରିଏଲ

ଏହାସହିତ ଫେସବୁକ ୟୁଆରଏଲର ମଧ୍ୟ ବଡ଼ ଭୂମିକା ରହିଥାଏ। ଯଦି ଫେସବୁକ ପ୍ରୋଫାଇଲର ୟୁଆରଏଲ ଏବଂ ପ୍ରୋଫାଇଲ ରେ ଦିଆଯାଇଥିବା ନାମରେ ଅନ୍ତର ରହିଛି ତେବେ ଜାଣିବେ ପ୍ରୋଫାଇଲ ଫେକ। ଏହା କୌଣସି ହ୍ୟାକର ମଧ୍ୟ ହୋଇପାରନ୍ତି।

ତେଣୁ ଫେସବୁକରେ ଏବେଠୁ କାହାର ଫ୍ରେଣ୍ଡ ରିକ୍ୱେଷ୍ଟ ଆକ୍ସେପ୍ଟ କରିବା ପୂର୍ବରୁ ନିଶ୍ଚିତ ଭାବେ ଯାଞ୍ଚ କରନ୍ତୁ। ଫେକ ଆଇଡି ଆକ୍ପେପ୍ଟ ଦ୍ୱାରା ସମସ୍ୟା ମଧ୍ୟ ହୋଇପାରେ। ଏମିତିକି ଆପଣଙ୍କ ଡାଟା ଲିକ ହେବାର ସମ୍ଭାବନା ରହିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.