Below header

ପୁରୀ ବେଳାଭୂମିରେ ଅଳିଆ ସଫା କରି ମନ ଜିଣିଲେ ୮୫ ବର୍ଷୀୟା ବୃଦ୍ଧା ଶୁକୁବାଇ

ପୁରୀ(କେନ୍ୟୁଜ୍): ମନ ଜିଣିଲେ ମହାରାଷ୍ଟ୍ରର ମହିଳା । ଉଦାହରଣ ସାଜିଲେ ୮୫ ବର୍ଷୀୟା ବୃଦ୍ଧା ଶୁକୁବାଇ । ପୁରୀ ବେଳାଭୂମିରେ ଅଳିଆ ସଫା କରି ସେ ଏବେ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ଗତ ୬ ସପ୍ତାହ ହେବ ମହାରାଷ୍ଟ୍ରର ସନ୍ଥ ଜନାର୍ଦ୍ଦନ ଗ୍ରୁପ୍‌ ପୁରୀ ସମୁଦ୍ରକୂଳରେ ସଫେଇ କାର୍ଯ୍ୟ କରିଥିଲା । ଏହି ଗ୍ରୁପ୍‌ରେ ଥିଲେ ୮୫ ବର୍ଷୀୟା ବୃଦ୍ଧା ଶୁକୁବାଇ । ପୁରୀ ଜିଲ୍ଲାପାଳ ବଲଓ୍ଵନ୍ତ ସିଂହ ଶୁକୁବାଇ ଝୁଡିରେ ଆବର୍ଜନା ଉଠାଇଉଥିବା ଏକ ଫଟୋ ଟ୍ୱିଟ କରିବା ପରେ ତାଙ୍କୁ ଅନେକ ପ୍ରଶଂସା ମିଳୁଛି । ପୁରୀ ଜିଲ୍ଲାପାଳ ଶୁକୁବାର ସମେତ ଗ୍ରୁପ୍‌ର ଅନ୍ୟ କିଛି ସସଦ୍ୟଙ୍କୁ ବେଳାଭୂମି ସଫେଇର ଫଟୋଚିତ୍ର ପ୍ରଦାନ କରି ସମ୍ମାନୀତ କରିଛନ୍ତି । ପୁରୀ ଆସୁଥିବା ସମସ୍ତ ଯାତ୍ରୀଙ୍କ ପାଇଁ ଶୁକୁବାଇ ପ୍ରେରଣାର ଉତ୍ସ ବୋଲି ଜିଲ୍ଲାପାଳ କହିଛନ୍ତି । ଶୁକୁବାଇରଙ୍କର ତିନି ପୁଅ ଓ ୫ ଝିଅ ଅଛନ୍ତି । ସାନ ଝିଅ ବର୍ଷକର ହୋଇଥିବା ବେଳେ ସ୍ୱାମୀଙ୍କର ମୃତ୍ୟୁ ହୋଇଥିଲା । ପୈତୃକ ୬ ଏକର ଜମିରେ ଜଣେ ସଫଳ ମହିଳା ଚାଷୀ ଭାବେ ଅକ୍ଳାନ୍ତ ପରିଶ୍ରମ କରି ମକା ଓ ବାଜରା ଚାଷ କରି ଗୁଜରାଣ ମେଣ୍ଟାଉଛନ୍ତି । ତାଙ୍କର ତିନି ପୁଅ ଜଣେ ଜଣେ ସଫଳ ଚାଷୀ । ପୁରୀ ଆସି ଅତ୍ୟନ୍ତ ଖୁସି ଅଛନ୍ତି ବୋଲି କହିଛନ୍ତି ଶୁକୁବାଇ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.