Below header

ପାକିସ୍ତାନ ରାୱଲପିଣ୍ଡିରେ ଜନବସତି ଅଞ୍ଚଳରେ ଖସିପଡ଼ିଲା ସାମରିକ ବିମାନ, ୧୫ ମୃତ

ପାକିସ୍ତାନ: ପାକିସ୍ତାନ ରାଓ୍ଵଲପିଣ୍ଡିରେ ସେନାର ବିମାନ ଦୁର୍ଘଟଣାରେ ୧୫ ଜଣଙ୍କ ମୃତ୍ୟୁ ହୋଇଛି । ବିମାନଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ଜନବସତି ଅଞ୍ଚଳକୁ ଖସିପଡିଥିଲା । ଫଳରେ ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା ରହିଛି । ମୃତକଙ୍କ ମଧ୍ୟରେ ୫ ଜଣ ପାକ ଯବାନ ଅଛନ୍ତି । ବିମାନଟି ଉଡାଣ ଭରିବାର କିଛି ସମୟ ପରେ ରାଓ୍ଵଲପିଣ୍ଡି ନିକଟସ୍ତ ମୋରାକୁଲ ଗାଁରେ ଖସିପଡିଥିଲା । ପରେ ନିଆଁ ଲାଗିଯାଇଥିଲା । ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟକୁ ଯୋରଜାର କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.