Below header

ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ୯ଟି ଜିଲ୍ଲାରେ ପ୍ରବଳ ବର୍ଷା, ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି

କେନ୍ୟୁଜ୍: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଛି । ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ୯ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ଓ ୧୧ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ମାଲକାନାଗିରି,କୋରାପୁଟ ଓ ନବରଙ୍ଗପୁରରେ ରେଡ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ସପ୍ତାହେ ଯାଏ ଏପରି ବର୍ଷା ଲାଗି ରହିବ । ଆସନ୍ତା ଦିନ ଦୁଇ ଦିନ ଭିତରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ସମ୍ଭାବନା ରହିଛି । ଗତ ଜୁନ ୧ ତାରିଖରୁ ଏଯାଏ ରାଜ୍ୟର ସ୍ୱଭାବିକ ଠାରୁ ୨୦ ପ୍ରତିଶତ ମୌସୁମୀ ବର୍ଷା କମି ରହିଛି।

ଦକ୍ଷିଣ ଓଡ଼ିଶାରେ ବର୍ଷା ବିତ୍ପାତ।। ଲଗାଣ ବର୍ଷାରେ ନବରଙ୍ଗପୁର ଜିଲ୍ଲାର ଜନଜୀବନ ଅସ୍ତବ୍ୟସ୍ତ । ଜିଲ୍ଲାରେ ପ୍ରବାହିତ ଇନ୍ଦ୍ରାବତୀ, ଅଠଙ୍ଗିନଦୀ, ପେଟଫୁଲା ନଦୀ ସହ ସମସ୍ତ ଛୋଟ ନଦୀର ଜଳସ୍ତର ବଢିବାରେ ଲାଗିଛି । ବର୍ଷା ଲାଗି ରହିଲେ ଏସବୁ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ରହିଛି । ଏହାର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି । ଅଧିକ ପ୍ରଭାବିତ ହେବା ଗାଁ ଗସ୍ତ କରି ଜିଲ୍ଲାପାଳ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏହା ସହ ଜିଲ୍ଲାର ୫ଟି ବନ୍ୟା ପ୍ରଭାବିତ ବ୍ଲକ ଗୁଡ଼ିକର ବିଡିଓ ଏବଂ ତହସିଲଦାରଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବା ଏବଂ ଯାତାୟତରେ ସୁଧାର ଆଣିବା ପାଇଁ କୋରାପୁଟ ଜିଲ୍ଲାରୁ ଏକ ଓଡ୍ରାଫ୍ଟ ଟିମ୍‌କୁ ଅଣାଯାଇଛି । ବନ୍ୟା ଆଶ୍ରୟସ୍ଥଳୀରେ ଖାଦ୍ୟ ସାମଗ୍ରୀ ମହଜୁଦ ରଖାଯାଇଛି ।

nabarangapurସେହିପରି କୋରାପୁଟ ବୋରିଗୁମ୍ମା ବ୍ଲକରେ ଲଗାଣ ବର୍ଷା ଯୋଗୁଁ ଜୀବନ ଯାତ୍ରା ପ୍ରଭାବିତ । ପୁରୁଣା ବୋରିଗୁମ୍ମାରେ ନୂତନ ପୋଲ ନିର୍ମାଣ କାମ ଚାଲିଥିବାରୁ ଅସ୍ଥାୟୀ ପୋଲ ଉପରେ ଲୋକେ ଯାତାୟତ କରୁଥିଲେ । ତେବେ ଲଗାଣ ବର୍ଷା ଯୋଗୁଁ ପୋଲ ଉପରେ ୪ରୁ ୫ ଫୁଟ ଉପରେ ଜଳ ନିଷ୍କାସନ ହେଉଛି । ଫଳରେ ୧୫ରୁ ଅଧିକ ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ସେହିପରି ବୋରିଗୁମ୍ମା ସନ୍ତୋଷୀ ନଗର ଏବଂ ଆର.ଏମ୍‌ ନଗରରେ ରାସ୍ତା ଉପରେ ଦୁଇ ଫୁଟ ଉଚ୍ଚର ଜଳ ପ୍ରବାହିତ ହେଉଛି । ଫଳରେ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ବର୍ଷା ସାମାନ୍ୟ କମିବା ପରେ ମାଲକାନଗିରିରେ ସୁଧୁରୁଛି ସ୍ଥିତି। ସ୍ୱାଭାବିକ ହେଉଛି ଜନଜୀବନ। ପଟେରୁ,କାଙ୍ଗେରୁକୋଣ୍ଡା ପୋଲରୁ ପାଣି କମିବା ପରେ ଏବେ ଗାଡି ଚଳାଚଳ ସ୍ୱାଭାବିକ ହୋଇଛି। ୪ ଦିନ ଧରି ଲଗାଣ ବର୍ଷାରେ ବନ୍ୟା ପାଣି ଘେରରେ ରହିଥିଲା ଅଧାରୁ ଅଧିକ ମାଲକାନଗିରି ଜିଲ୍ଲା। ସଙ୍ଗୀନ୍‌ ହୋଇପଡିଥିଲା ସ୍ଥିତି। ରାସ୍ତାଘାଟ, ପୋଲ ସବୁ ଜଳାର୍ଣ୍ଣବ ହୋଇପଡିଥିଲା। କିଛି ସ୍ଥାନରେ ଲୋକେ ଜଳବନ୍ଦୀ ହୋଇରହିଥିଲେ। ପଡିଆ ବ୍ଲକରେ ଜଣଙ୍କ ଘରର କାନ୍ଥ ଭାଙ୍ଗିପଡିବାରୁ ଜଣଙ୍କର ମୃତ୍ୟୁ ହୋଇଥିଲା। ତେବେ କ୍ଷୟକ୍ଷତି ନେଇ ଜିଲ୍ଲା ପ୍ରଶସାନ ପକ୍ଷରୁ ଆକଳନ ଚାଲିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.