Below header

ଭାରତୀୟ କ୍ରିକେଟ ଦଳ ଭିତରେ କୌଣସି ମତଭେଦ ନାହିଁ, ତିକ୍ତତା ସମ୍ପର୍କିତ ଖବରକୁ ଖଣ୍ଡନ କଲେ ବିରାଟ କୋହଲି

ନୂଆଦିଲ୍ଲୀ(କେନ୍ୟୁଜ୍): ଭାରତୀୟ କ୍ରିକେଟ ଦଳ ଭିତରେ କୌଣସି ମତଭେଦ ନାହିଁ । ଗଣମାଧ୍ୟମମର ପ୍ରକାଶିତ ହୋଇଥିବା ତିକ୍ତତା ସମ୍ପର୍କିତ ଖବରକୁ ଖଣ୍ଡନ କରିଛନ୍ତି ବିରାଟ କୋହଲି । ବିରାଟ କହିଛନ୍ତି ଯଦି ଟିମ୍‌ ଭିତରେ ପରିବେଶ ଠିକ ନଥାନ୍ତା, ତେବେ ଆମେ ଭଲ ପ୍ରଦର୍ଶନ କରି ନଥାନ୍ତୁ । ଦଳ ଭିତରେ ବିଶେଷ କରି ରୋହିତ ଶର୍ମାଙ୍କ ସହ ବିରାଟ କୋହଲିଙ୍କ ମଧ୍ୟରେ ମତଭେଦ ଥିବା ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । କୋହଲି କହିଛନ୍ତି, ମୁଁ ସବୁ ବେଳେ ରୋହିତ ଶର୍ମାଙ୍କ ପ୍ରଶଂସା କରିଛି । ଆମ ମଧ୍ୟରେ କୌଣସି ଝଗଡ଼ା ନାହିଁ । ଯଦି ମୁଁ କାହାକୁ ପସନ୍ଦ କରେନି ତେବେ ମୋ ମୁହଁରୁ ତାହା ସ୍ପଷ୍ଟ ଜଣାପଡିଯିବ । ବର୍ତ୍ତମାନ ଯେଉଁ ଗୁଜବ ସୃଷ୍ଟି ହୋଇଛି ସେଥିରୁ କାହାର ଭଲ ହେବ ନାହିଁ । ବିଶ୍ୱକପ୍‌ କ୍ରିକେଟ ସେମିଫାଇନାଲରେ ନ୍ୟୁଜିଲାଣ୍ଡଠାରୁ ଭାରତ ହାରିବା ପରେ, ରୋହିତ-ବିରାଟଙ୍କ ମଧ୍ୟରେ ତିକ୍ତତା ଥିବା ଖବର ଆସିଥିଲା । ୱେଷ୍ଟଇଣ୍ଡିଜ ଗସ୍ତ ପୂର୍ବରୁ ସାମ୍ବାଦିକ ସମ୍ମିଳନୀରେ ବିରାଟ କୋହଲିଙ୍କ ସହ ଉପସ୍ଥିତ ଥିଲେ କୋଚ୍‌ ରବି ଶାସ୍ତ୍ରୀ । କୋଚ୍‌ ମଧ୍ୟ ଦଳରେ ମତଭେଦ ଖବରକୁ ଖଣ୍ଡନ କରିବା ସହ କହିଛନ୍ତି, ଜଣେ ବ୍ୟକ୍ତିଠାରୁ ଦଳ ବଡ଼ । ଆସନ୍ତା ୩ରୁ ଆରମ୍ଭ ହେଉଛି ଟି-୨୦ ସିରିଜ୍‌ । ଭାରତ ୱେଷ୍ଟଇଣ୍ଡିଜ୍‌ ସହ ତିନିଟି ଟି-୨୦, ତିନିଟି ଦିନିକିଆ ଓ ଦୁଇଟି ଟେଷ୍ଟ ମ୍ୟାଚ୍‌ ଖେଳିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.