ଉତ୍ତରପ୍ରଦେଶ: ନିଶାସକ୍ତ ଅବସ୍ଥାରେ ଥିବା ଜଣେ ବ୍ୟକ୍ତିଙ୍କୁ କାମୁଡିଦେଲା ସାପ, ତାପରେ ହେଲା କିଛି ଏପରି

ଉତ୍ତରପ୍ରଦେଶ(କେନ୍ୟୁଜ୍) : ନିଶାସକ୍ତ ଅବସ୍ଥାରେ ଲୋକେ ପାଗଳ ଭଳି କାମ କରିଥାନ୍ତି। କିନ୍ତୁ ଉତ୍ତରପ୍ରଦେଶରେ ଏକ ବିଚିତ୍ର ଘଟଣା ରବିବାର ରାତିରେ ଘଟିଯାଇଛି । ଜଣେ ବ୍ୟକ୍ତିଙ୍କୁ ସାପ କାମୁଡି ବେଦାପରେ ବ୍ୟକ୍ତି ଜଣଙ୍କ ମଧ୍ୟ ସାପକୁ ଦାନ୍ତରେ କାମୁଡି କେକ୍ କାଟିବା ଭଳି ଖଣ୍ଡ ଖଣ୍ଡ କରି କାଟିପକାଇଥିଲେ । ଇଟାୱା ଅସରୋଲି ଗାଁରେ ରହୁଥିବା ରାଜକୁମାର ଯେତେବେଳେ ଏହି କାଣ୍ଡ ଘଟାଇଥିଲେ ସେତେବେଳେ ସେ ପ୍ରଚୁର ନିଶାରେ ଥିଲେ । ରାଜକୁମାରଙ୍କ ପିତା ବାବୁ ରାମଙ୍କ କହିବା ଅନୁଯାୟୀ, ସାପଟିକୁ ଦାନ୍ତରେ କାମୁଡି ମାରି ଦେବା ପରେ ରାଜକୁମାର ଅସୁସ୍ଥ ହୋଇପଡିଥିଲେ । ତୁରନ୍ତ ଚିକିତ୍ସା ନିମନ୍ତେ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରିଥିଲେ । ଅନ୍ୟପଟେ ରାଜକୁମାରଙ୍କ ପରିବାର ଘଟଣାପରେ ସାପଟିକୁ ପୋଡିଦେଇଥିବା ଜଣାପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.