ଚୟନ କମିଟି ଉପରେ ସୁନୀଲ ଗାଭାସ୍କର ଅସନ୍ତୋଷ, ବିରାଟଙ୍କୁ ପୁଣି ଅଧିନାୟକ ନିଯୁକ୍ତିକୁ ନାପସନ୍ଦ

ନୂଆଦିଲ୍ଲୀ(କେନ୍ୟୁଜ୍) : ଭାରତୀୟ ଚୟନ କମିଟି ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର । ବିରାଟ କୋହଲିଙ୍କୁ ପୁଣି ଥରେ ଅଧିନାୟକ ନିଯୁକ୍ତିକୁ ସେ ନାପସନ୍ଦ କରିଛନ୍ତି । ଗାଭାସ୍କର କହିଛନ୍ତି, ୱେଷ୍ଟଇଣ୍ଡିଜ୍‌ ଗସ୍ତ ପାଇଁ ଭାରତୀୟ ଟିମ୍‌ ଘୋଷଣା କରାଯାଇଥିଲା । ହେଲେ, ଏହା ପୂର୍ବରୁ ବିରାଟ କୋହଲି ଅଧିନାୟକ ନିଯୁକ୍ତି ନେଇ କୌଣସି ବୈଠକ ହୋଇନଥିଲା । ବିରାଟ କୋହଲି ବିଶ୍ୱକପ୍‌ ପର୍ଯ୍ୟନ୍ତ ଅଧିନାୟକ ଥିଲେ । ଏହା ପରେ ପୁଣି ତାଙ୍କୁ ଅଧିନାୟକ କରିବା ପରେ ଚୟନ କମିଟି ବୈଠକ କରିବାର ଆବଶ୍ୟକତା ଥିଲା । ଏହା ସହ ଗାଭାସ୍କର କହିଛନ୍ତି, ଇଣ୍ଡିଆନ୍‌ ପ୍ଲୋୟର୍ସ ଆସୋସିଏସନ୍‌ ଗଠନ ହେବା ଆବଶ୍ୟକ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.