Below header

ହିଞ୍ଜିଳିକାଟୁ  :ସ୍ମାର୍ଟ ସ୍କୁଲରେ ପିଲାଙ୍କ ସହ ବସିଲେ ମୁଖ୍ୟମନ୍ତ୍ରୀ, ନିକଟରୁ ଦେଖି ଖୁସି ପ୍ରକାଶ କଲେ ଛାତ୍ର ଛାତ୍ରୀ

ହିଞ୍ଜୁଳିକାଟୁ (କେନ୍ୟୁଜ୍‌) : ମୁଖ୍ୟମନ୍ତ୍ରୀ ଙ୍କୁ ଅତି ନିକଟ ରୁ ଦେଖି ଖୁସି ପ୍ରକାଶ କଲେ ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳିକାଟୁ ଗସ୍ତ ରେ ଆସି ସରକାରୀ ବୃନ୍ଦାବନ ବିଦ୍ୟାପୀଠ ଗସ୍ତ କରି ନୂତନ ସ୍ମାର୍ଟ୍ କ୍ଲାସ୍ ରୁମ୍ ବୁଲି ଦେଖିବା ସହ ଛାତ୍ରଛାତ୍ରୀଙ୍କୁ ପଚାରି ବୁଝିଲେ କଣ ଆବଶ୍ୟକ।

ସେଠାରେ ଜଣେ ଛାତ୍ର ମୁଖ୍ୟମନ୍ତ୍ରୀଙ୍କୁ ଏକ ଫଟୋଚିତ୍ର ଉପହାର ଦେଉଥିବା ଦେଖିବାକୁ ମିଳିଛି। ସ୍କୁଲରେ ପ୍ରତିଷ୍ଠା ହୋଇଥିବା ଅତ୍ୟାଧୁନିକ ଲାବୋରାଟୋରି ଓ ଲାଇବ୍ରେରିକୁ ବୁଲି ଦେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେହିପରି ସ୍କୁଲ ଭିଜିଟର୍ସ ବୁକରେ ନିଜର ବାର୍ତ୍ତା ମଧ୍ୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ରାଜ୍ୟ ସରକାରଙ୍କ ୫ଟି ଯୋଜନାରେ ସ୍ୱାସ୍ଥ୍ୟସେବା ସହ ଶିକ୍ଷାକ୍ଷେତ୍ରକୁ ଗୁରୁତ୍ୱ ଦେଇ ଆରମ୍ଭ ହୋଇଛି ସରକାରୀ ସ୍କୁଲର ରୂପାନ୍ତରଣ କାର୍ଯ୍ୟକ୍ରମ। ସ୍ମାର୍ଟ ହେଉଛି ରାଜ୍ୟର ବଛାବଛା ସରକାରୀ ସ୍କୁଲ। ଗଞ୍ଜାମ ଜିଲ୍ଲାରେ ମୋଟ୍ ୫୩ଟି ସ୍କୁଲକୁ ସ୍ମାର୍ଟ ସ୍କୁଲରେ ରୂପାନ୍ତରଣ କରାଯାଇଛି।

ଏହି ଅବସରରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିବା ସହ ୨୧୪୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ମଧ୍ୟ ଉଦ୍ଘାଟନ ଓ ଶୁଭାରମ୍ଭ କରିଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.