ଜମିବାଡ଼ି ବିବାଦରୁ ଜଘନ୍ୟ ହତ୍ୟା, ସାନ ଭାଇ ଠେଙ୍ଗା ମାଡ଼ରେ ବଡ଼ ମୃତ

କେନ୍ୟୁଜ୍(ବ୍ୟୁରୋ) : ସମ୍ବଲପୁର ଜିଲ୍ଲା ଜମନକିରା ଥାନା କାଲୋପଡ଼ା ଗ୍ରାମରେ ଜମିବାଡ଼ି ବିବାଦକୁ ନେଇ ଘଟିଯାଇଛି ଏକ ଅବଭାବନୀୟ ଘଟଣା । ସାନ ଭାଇର ଠେଙ୍ଗା ମାଡ଼ରେ ହୋଇଛି ବଡ଼ ଭାଇର ମୃତ୍ୟୁ ।

ଶନିବାର ଦିନ ପ୍ରାୟ ୨ଟାରେ ଫାଶୀମାଲ ପଞ୍ଚାୟତ ଅନ୍ତର୍ଗତ କାଲୋପଡ଼ା ଗ୍ରାମର ଲକ୍ଷ୍ମଣ କାଲୋ ଓ ତାଙ୍କ ସାନ ଭାଇ ଅରୁଣ କାଲୋଙ୍କ ମଧ୍ୟରେ କୌଣସି କଥାକୁ ନେଇ ବଚସା ହୋଇଥିଲା ।ଉତ୍ତ୍ୟକ୍ତ ସାନ ଭାଇ ଅରୁଣ ବଡ଼ ଭାଇ ମୁଣ୍ଡରେ ଠେଙ୍ଗାରେ ମାଡ଼ କରିଥିଲା। ଠେଙ୍ଗା ମାଡ଼ରେ ଲକ୍ଷ୍ମଣ ବେହୋସ୍ ହୋଇ ପଡିଯାଇଥିଲେ ।

ଏହି ଘଟଣା ଅପରାହ୍ଣରେ ଘଟିଥିଲେ ମଧ୍ୟ ତାଙ୍କୁ କେହି ମେଡିକାଲ୍ ନେଇ ନଥିଲେ । ସନ୍ଧ୍ୟାରେ ପଡୋଶୀ ଡାକ୍ତରଖାନା ନେବାକ ପ୍ରସ୍ତୁତ ହେଉଥିଲେ ମଧ୍ୟ ମେଡିକାଲରେ କିଏ ରହିବ ତାକୁ ନେଇ ଦ୍ୱନ୍ଦ୍ୱ ଉପୁଜିଥିଲା । ଫଳରେ କେହି ତାଙ୍କୁ ମେଡିକାଲ ନେଇ ନଥିଲେ । ଶେଷରେ ମଧ୍ୟ ରାତିରେ ଘରେ ପଡ଼ି ପଡ଼ି ଅରୁଣଙ୍କ ମୃତ୍ୟୁ ହୋଇଯାଇଥିବା ଅଭିଯୋଗ ହୋଇଛି । ଜମନକିରା ପୁଲିସ୍ ପହଞ୍ଚି ତଦନ୍ତ କରିଛି ।

ସମ୍ବଲପୁରରୁ ସଂଧାନୀ କୁକୁର ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ କରିଛି । ଅନ୍ୟପଟେ ପାଖ ପଡ଼ିଶା ଲୋକଙ୍କୁ ଘଟଣା ସଂପର୍କରେ ପଚାରି ବୁଝିବା ସହ ତଦନ୍ତ ଜାରି ରଖିଛି । ଅପରାହ୍ଣ ୪ଟାରେ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କୁଚିଣ୍ଡା ପଠାଇଛି । ସୋମବାର ଅରୁଣକୁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ କହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.