କରୋନା ସଚେତନତା ନେଇ ଫେସବୁକ ଓ ଟ୍ୱିଟର ପ୍ରୋଫାଇଲ ଫଟୋ ବଦଳାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଫେସବୁକ ଓ ଟ୍ୱିଟର ହ୍ୟାଣ୍ଡଲର ପ୍ରୋଫାଇଲ ଫୋଟୋ ବଦଳେଇ ଦେଇଛନ୍ତି । କରୋନା ମହାମାରୀ ନେଇ ଲୋକଙ୍କ ମଧ୍ୟରେ ଲୋକଙ୍କୁ ଅଧିକରୁ ଅଧିକ ସଚେତନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଏପରି ପଦକ୍ଷେପ ନେଇଥିବା ଜଣାଯାଇଛି । ଏହି ମହାମାରୀ ସଂକ୍ରମଣ ଉପରେ ରୋକ ଲଗାଇବା ନେଇ ସମସ୍ତଙ୍କୁ ମାସ୍କ ଲଗାଇବା, ସାମାଜିକତା ଦୂରତା ରକ୍ଷା କରିବା ଭଳି ଅନ୍ୟାନ ସତର୍କତା ମାନ ପାଳନ କରିବା ନେଇ ଲୋକଙ୍କୁ ବାରମ୍ବାର ସଚେତନ କରାଯାଉଛି । କହିରଖିବା ଉଚିତ ହେବକି, ମୁହଁରେ ମାସ୍କ ଲଗାଇବା ନେଇ ରାଜ୍ୟ ସରକାର ବାରମ୍ବାର ସତର୍କ କରୁଛନ୍ତି ।

ଏନେଇ କଡା ନିୟମ ବି ଜାରି କରିଛନ୍ତି । ପ୍ରଥମ ଦୁଇ ଥର ଧରାପଡ଼ିଲେ ୫୦୦ ଟଙ୍କା ଓ ତୃତୀୟ ଥର ଧରାପଡ଼ିଲେ ୧୦୦୦ ଟଙ୍କା ଆଦାୟ କରିବା ନେଇ ନିୟମ ଧାର୍ଯ୍ୟ କରାଯାଇଛି । ଅନ୍ୟପକ୍ଷରେ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଦିନ କୁ ଦିନ ବଢ଼ିବାରେ ଲାଗିଛି । ସାଧାରଣ ଲୋକଙ୍କୁ ସଚେତନ କରିବା ନେଇ ମୁଖ୍ୟମନ୍ତ୍ରୀ ନବୀନଙ୍କ ଏପରି ଏକ ଅଭିନବ ପ୍ରୟାସ ନିଶ୍ଚିତ ରୂପେ ସ୍ୱାଗତ ଯୋଗ୍ୟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.