Below header

ବଲିଉଡକୁ ଆଉ ଏକ ଝଟକା !ଲୋକପ୍ରିୟ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା

ସାରା ବଲିଉଡ ସ୍ତବ୍ଧ,ଦର୍ଶକଙ୍କୁ ଲାଗିବ ବଡ ଝଟକା। ବଲିଉଡରୁ ଏକ ବହୁତ ଖରାପ ଖବର ସାମ୍ନାକୁ ଆସିଛି। ବଲିଉଡର ଲୋକପ୍ରିୟ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆଉ ନାହାନ୍ତି। ମୁମ୍ବାଇସ୍ଥିତ ନିଜ ବାସ ଭବରେ ସେ ଆତ୍ମହତ୍ୟା କରିଛନ୍ତି। ବେକରେ ଦଉଡି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ଏବେ ପର୍ଯ୍ୟନ୍ତ ମୃତ୍ୟୁର କାରଣ ଜଣାପଡିନାହିଁ। ମାତ୍ର ୩୪ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି।

susantବଲିଉଡର ଜଣେ ଜଣାଶୁଣା ଅଭିନେତା ଭାବରେ ସେ ପରିଚିତ। ନିଜର ଦମଦାର ଅଭିନୟ ଏବଂ କ୍ୟୁଟନେସ ଲୁକ ପାଇଁ ସେ ଫ୍ୟାନ୍ସଙ୍କ ହୃଦୟରେ ରାଜ୍‌ କରୁଥିଲେ। ସେ ନିଜର କ୍ୟାରିୟର ଟିଭି ସିରିୟଲରୁ ଆରମ୍ଭ କରିଥଲେ। ‘ପବିତ୍ର ରିସ୍ତା’ ସିରିୟଲରେ ସେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲେ। ଏହାପରେ ସେ ସିଧା ବଲିଉଡର ଫିଲ୍ମ ଜଗତରେ ନିଜ ଅଭିନୟର ଯାଦୁ ଦେଖାଇ ଥିଲେ। ଫିଲ୍ମ ‘କାଇ ପୋ ଛେ’ରେ ଲିଡ୍‌ ଆକ୍ଟର ଭାବେ ନଜର ଆସିଥିଲେ।

susantଏହାପରେ ଶୁଦ୍ଧ ଦେଶୀ ରୋମାନ୍ସରେ ବାଣୀ କପୁର ଏବଂ ପରିଣୀତି ଚୋପ୍ରାଙ୍କ ସହିତ ନଜର ଆସିଥିଲେ। କିନ୍ତୁ ଫିଲ୍ମ ‘ଏମ ଏସ ଧୋନି’ରେ ତାଙ୍କ ଅଭିନୟ ଦର୍ଶକଙ୍କୁ ଖୁବ୍ ଭଲ ଲାଗିଥିଲା । ଏହି ଫିଲ୍ମ ସୁପର ହିଟ୍ ହୋଇଥିଲା ।ନିକଟରେ ସୁଶାନ୍ତ ସିଂଙ୍କ ସୋନଚିଡିଆ ଏବଂ ‘ଛିଛୋରେଁ’ ଭଳି ଫିଲ୍ମରେ ନିଜର ଦମଦାର ଅଭିନୟ କରିଥିଲେ। ତାଙ୍କର ଫିଲ୍ମ ‘କେଦାରନାଥ’ରେ ସେ ସାରା ଅଲ୍ଲୀ ଖାନଙ୍କ ସହିତ ନଜର ଆସିଥିଲେ।

sushantତେବେ ତାଙ୍କର ଏକ ଅପକମିଙ୍ଗ ଫିଲ୍ମ ‘ଦିଲ ବିଚାରା’ର ସୁଟିଂ ଚାଲିଥିଲା। କିନ୍ତୁ ଏଭଳି ଏକ ନିଷ୍ପତ୍ତି କଣ ପାଇଁ ନେଲେ ତାହା ଏଯାଏଁ ସ୍ପଷ୍ଟ ହୋଇନି। ତେବେ ବଲିଉଡର ଏହି କ୍ଷତିନାମା ଆକ୍ଟରଙ୍କୁ ଏମିତି ଆକସ୍ମିକ ଭାବରେ ହରାଇ ସାରା ବଲିଉଡ ଜଗତ ସ୍ତବ୍ଧ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.