Below header

ବ୍ରହ୍ମପୁରରେ କ୍ଷୀର ବ୍ୟବସାୟୀଙ୍କୁ ନିର୍ମମ ହତ୍ୟା, ସମ୍ପତ୍ତି ଲୁଟିନେଲେ ଦୁର୍ବୁତ୍ତ

ବ୍ରହ୍ମପୁର: ବ୍ରହ୍ମପୁରରେ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଯାଇଛି । ଜଣେ କ୍ଷୀର ବ୍ୟବସାୟୀଙ୍କୁ ହତ୍ୟାକରି ତାଙ୍କ ଠାରୁ ସମସ୍ତ ସମ୍ପତ୍ତି ଲୁଟିନେଇଛନ୍ତି ଦୁବୃର୍ତ୍ତ ମାନେ । ଗତକାଲି ବିଳମ୍ବିତ ରାତିରେ ବ୍ରହ୍ମପୁର ଅଧିନସ୍ଥ ହିଲପାଟଣା ଅଂଚଳର ଲମ୍ବୋଦର ମୁନିଙ୍କ ଘରେ ପଶି ତାଙ୍କୁ ହତ୍ୟା କରାଯାଇଛି । ବ୍ରହ୍ମପୁର ଏସ୍ପି ଓ ଅନ୍ୟ ପୋଲିସ ଟିମ ଘଟଣା ସ୍ଥଳରେ ପହଂଚି ତଦନ୍ତ ଚଳାଇଛନ୍ତି । ତେବେ ନିକଟସ୍ଥ ଏକ ସିସିଟିଭି ଫ୍ରୁଟେଜରୁ ୪ ଜଣ ଦୁବୃତ୍ତ ଆସିଥିବା ଜଣାଯାଇଛି । ତେବେ ହତ୍ୟାକାରୀ ଶୀଘ୍ର ଧରିବା ନେଇ ପ୍ରତିଶୃତି ଦେଇଛନ୍ତି ବ୍ରହ୍ମପୁର ଏସପି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.