କରୋନା ପଜିଟିଭ ସନ୍ଦେହରେ ଯୁବକଙ୍କ ହାତ ଗୋଡ଼ ଭାଙ୍ଗିଲେ ସ୍ଥାନୀୟ ଲୋକେ, ଘର ଖାଲି କରିବାକୁ ବି ଦେଇଛନ୍ତି ଧମକ

କରୋନା ଆକ୍ରାନ୍ତଙ୍କ ସୁରକ୍ଷା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ଗୁଜରାଟର ସୁରତରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସୁରତରେ ଜଣେ ବ୍ୟକ୍ତିଙ୍କୁ କରୋନା ହୋଇଥିବା ସନ୍ଦେହ କରି ସ୍ଥାନୀୟ ଲୋକେ ତାଙ୍କୁ ମାଡ଼ ମାରି ଲହୁଲୁହାଣ କରିଦେଇଥିବା ଜଣାଯାଇଛି। ସମ୍ପୃକ୍ତ ବ୍ୟକ୍ତି ଯେଉଁ ଅଞ୍ଚଳରେ ଘର ଭଡ଼ା ନେଇଥିଲେ, ସେଠାକାର ଲୋକେ ତାଙ୍କୁ ଘର ଖାଲି କରିବାକୁ ମଧ୍ୟ ଧମକ ଦେଇଥିବା ସୂଚନା ମିଳିଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

ରିପୋର୍ଟ ମୁତାବକ,ଆସାମର ଗୌହାଟୀର ବାସିନ୍ଦା ସଞ୍ଜୟ ଶର୍ମା (୨୪) କିଛି ବର୍ଷ ପୂର୍ବରୁ କାମ ପାଇଁ ସୁରତ ଆସିଥିଲେ। ଏଠାରେ ଏକ କ୍ୟାଟରିଂ ଫାର୍ମରେ ସେ କାମ କରୁଥିଲେ। କିନ୍ତୁ ଲକଡାଉନ ଯୋଗୁ ଗତ ୩ ମାସ ହେବ ତାଙ୍କ କାମ ବନ୍ଦ ଅଛି। ଏଣୁ ସେ ଘର ଭଡ଼ା ଦେଇପାରିନଥିଲେ। ଫଳରେ ଘର ମାଲିକ ତାଙ୍କୁ ଘରୁ ତଡ଼ି ଦେଇଥିଲା।

UP member beaten to death in Rajbari

୪ ଦିନ ହେବ ସେ ଏକ ସାଙ୍ଗ ସହ ଭଡ଼ା ଘରେ ରହୁଛନ୍ତି। କିନ୍ତୁ ସ୍ଥାନୀୟ ଲୋକେ ଏହାକୁ ମଧ୍ୟ ବିରୋଧ କରିବା ସହ ତୁରନ୍ତ ଘର ଛାଡ଼ିବାକୁ କହିଥିଲେ। ଲୋକଙ୍କ କହିବାନୁଯାୟୀ ସଞ୍ଜୟଙ୍କୁ କରୋନା ହୋଇଛି। ଏଣୁ ସେ ସମ୍ପୃକ୍ତ ଅଞ୍ଚଳ ଛାଡି ଚାଲିଯାଆନ୍ତୁ। ଏହି କଥାକୁ ନେଇ ଲୋକମାନଙ୍କ ସହ ସଞ୍ଜୟଙ୍କ ଝଗଡ଼ା ହୋଇଥିଲା। ଫଳରେ ଶୁକ୍ରବାର ରାତିରେ କିଛି ଯୁବକ ସଞ୍ଜୟଙ୍କୁ ବାଡ଼ିଆ ପିଟା କରି ଲହୁ ଲୁହାଣ କରିଦେଇଛନ୍ତି।

Madhya Pradesh officer Niyaz Khan wants to change name

ସଞ୍ଜୟଙ୍କ ସାଙ୍ଗ ତାଙ୍କୁ ମେଡିକାଲରେ ଭର୍ତ୍ତି କରିବା ସହ ପୋଲିସକୁ ଏନେଇ ସୂଚନା ଦେଇଛନ୍ତି। ତେବେ ପୋଲିସର କହିବାନୁସାରେ ସଂଜୟ ଯେଉଁଠାରେ ରହୁଥିଲେ ସେଠି କିଛି ଲୋକଙ୍କୁ କରୋନା ହୋଇଛି। ଏଣୁ ଲୋକମାନେ ସଞ୍ଜୟଙ୍କୁ ବି କରୋନା ହୋଇଥିବା ସନ୍ଦେହ କରି ଘର ଖାଲି କରିବାକୁ ଧମକ ଦେଇଥିଲେ। ତେବେ ସମସ୍ତ ଅଭିଯୁକ୍ତଙ୍କୁ ପୋଲିସ ଶୀଘ୍ର ଧରିବ ବୋଲି ପ୍ରତିଶ୍ରୁତି ଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.