Below header

ବଜେଟକୁ ନେଇ ନବୀନଙ୍କ ମିଶ୍ର ପ୍ରତିକ୍ରିୟା: ଶିକ୍ଷା ଓ ସ୍ୱାସ୍ଥ୍ୟ ପାଇଁ ଖୁସ୍ କିନ୍ତୁ ଦରଦାମ ବୃଦ୍ଧି ନିୟନ୍ତ୍ରଣ ନଥିବାରୁ ନାଖୁସ୍

କେନ୍ୟୁଜ୍(ବ୍ୟୁରୋ):ବଜେଟକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ମିଶ୍ର ପ୍ରତିକ୍ରିୟା। ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ବ୍ୟୟ ବରାଦକୁ ସ୍ୱାଗତ କରିଛନ୍ତି। କିନ୍ତୁ ଦରଦାମ ବୃଦ୍ଧି ରୋକିବାକୁ ପଦକ୍ଷେପ ନଥିବାରୁ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ବଜେଟରେ ଯେଉଁ ଘୋଷଣା ହୋଇଛି ଏବଂ ୧୪ଟି କ୍ଷେତ୍ର ପାଇଁ ଯେଉଁ PAIL ସ୍କିମ୍‌କୁ ସ୍ୱାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କିନ୍ତୁ କୃଷି, ଗ୍ରାମ୍ୟ ଉନ୍ନୟନ, ମହିଳା ଓ ଶିଶୁ ବିକାଶ କ୍ଷେତ୍ରରେ ବ୍ୟୟ ବରାଦ ହ୍ରାସ କରାଯାଇଛି ।

କମ୍‌ ଅର୍ଥ ବ୍ୟବସ୍ଥା ହୋଇଥିବାରୁ ସାମଗ୍ରିକ ଅଭିବୃଦ୍ଧିକୁ କ୍ଷତି ପହଞ୍ଚାଇବ । ମହାମାରୀ ବେଳେ ମନରେଗାରେ ଅର୍ଥ ବରାଦ କମିବା ଗରିବ ଲୋକଙ୍କୁ କ୍ଷତି ପହଞ୍ଚାଇବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଜଳ ମିଶନ ଯୋଜନାରେ ଅଧିକ ବ୍ୟୟ ବରାଦକୁ ସ୍ୱାଗତଯୋଗ୍ୟ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.