ଲଙ୍କା ଖାଇଲେ କାହିଁକି ନାକ, ଆଖିରୁ ବାହାରେ ପାଣି ?

ଆପଣଙ୍କ ସହ ବି ଏମିତି ହେଉଥିବ ନିଶ୍ଚୟ । ମାନେ ଆଖି ନାକରୁ ଏକା ସଂଗେ ପାଣି ବାହାରିବା । ବହୁତ ରାଗ ଖାଆନ୍ତି କି ? ତେବେ ଏ ସମସ୍ୟା ମଧ୍ୟ ଆପଣଙ୍କଠାରେ ନଶ୍ଚୟ ଦେଖିବାକୁ ମିଳୁଥିବ । ଏମିତିକି ମୁହଁରୁ ଆପଣଙ୍କର ସୁ ସା ଶବ୍ଦ ବାହାରୁଥିବ । କିନ୍ତୁ କେବେ ଆପଣ ଭାବିଛନ୍ତି କି ପାଟି ଭିତରେ ଲଙ୍କା ବାଜିଲେ କାହିଁକି ନାକ ଆଖିରୁ ଲୁହ ବାହାରିଥାଏ । ଯେବେ ବି ଆପଣ ରାଗ ଖାଦ୍ୟ ଖାଇଥାନ୍ତି ତେବେ ଏହାର ଅର୍ଥ ଆପଣଙ୍କ ମୁହଁ ରାଗ ସମ୍ପର୍କରେ ଆସିଥାଏ । ସେହି ସମୟରେ ଚିଲିରେ କ୍ୟାପସାଇସିନ ନାମକ ଏକ ରାସାୟନିକ ପଦାର୍ଥ ରହିଥାଏ ।ଏହାପରେ ଶରୀର ଏହି ରାସାୟନିକ ପଦାର୍ଥ ବାହାର କରିବାକୁ ଚେଷ୍ଟା କରେ । ତେଣୁ ଶରୀର ଏହାକୁ ନାକ ଏବଂ ଆଖି ଦେଇ ବାହାର କରିଥାଏ । ଏହି କାରଣରୁ ନାକ ଓ ଆଖିରୁ ପାଣି ବାହାରିବା ଆରମ୍ଭ କରେ ।

ପ୍ରକୃତରେ ଚିଲି ପାଇଁ ରାସାୟନିକ ପଦାର୍ଥ ଭଲ । କାରଣ ପଶୁ ଏବଂ ମଣିଷ ଏହି କାରଣରୁ ଚିଲି ଫସଲକୁ କ୍ଷତି କରନ୍ତି ନାହିଁ । ତାହା ଏହି ଉପାୟରେ ଚିଲିକୁ ସୁରକ୍ଷା ଦେଇଥାଏ । ଏହି ପଦାର୍ଥର ପ୍ରଭାବ ଏପରି ଯେ ଯେତେବେଳେ ଏହା ପାଟି ସହିତ ସଂସ୍ପର୍ଶରେ ଆସେ । ଏହା ଶରୀରରେ ଉତ୍ତେଜନା ସୃଷ୍ଟି କରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.