Below header

ଓୟୁଏଟିରେ ବାର୍ଡ ଫ୍ଲୁ ଚିହ୍ନଟ ପରେ ଆରମ୍ଭ ହୋଇଛି କୁକୁଡ଼ା ମରା ଅଭିଯାନ, ସାମିଲ ହୋଇଛନ୍ତି ୧୩ଟି ରାପିଡ୍‌ ଆକ୍ସନ ଟିମ୍‌

ଭୁବନେଶ୍ୱର(କେନ୍ୟୁଜ୍):  ଓୟୁଏଟିରେ ବାର୍ଡ ଫ୍ଲୁ ଚିହ୍ନଟ ପରେ ଆରମ୍ଭ ହୋଇଛି କୁକୁଡ଼ା ମରା ଅଭିଯାନ । ଓୟୁଏଟିରୁ ୧ କିଲୋମିଟର ପରିଧି ମଧ୍ୟରେ ଚାଲିଛି କିଲିଂ । ଏହି ଅଭିଯାନରେ ସାମିଲ ହୋଇଛନ୍ତି ୧୩ଟି ରାପିଡ୍‌ ଆକ୍ସନ ଟିମ୍‌ । ଭୁବନେଶ୍ୱରରେ ବହୁ ସଂଖ୍ୟାରେ କୁକୁଡା ବାର୍ଡ ଫ୍ଲୁରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଗତ ଦୁଇଦିନ ହେଲା ଓୟୁଏଟି ଫାର୍ମରେ କୁକୁଡାଙ୍କ ଅସ୍ୱାଭାବିକ ମୃତ୍ୟୁ ହୋଇଥିଲା । ଫଳରେ କର୍ତ୍ତୃପକ୍ଷ ବାର୍ଡ ଫ୍ଲୁ ଆଶଙ୍କା କରି କୁକୁଡାଙ୍କ ରକ୍ତ ନମୂନା ଭୋପାଳ ଟେଷ୍ଟିଂ ଲାବକୁ ପଠାଇଥିଲେ । ରିପୋର୍ଟ ପଜିଟିଭ୍‌ ଆସିବା ପରେ ବାର୍ଡ ଫ୍ଲୁ ସ୍ପଷ୍ଟ ହୋଇଥିଲା । ସୋମବାର ୧୫୦୦ କୁକୁଡ଼ା ମରାଯାଇଛି । ଅନ୍ୟପଟେ ସତର୍କତା ମୂଳକ ପଦକ୍ଷେପ ନେଇଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ । ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ପକ୍ଷୀ ଘର ବନ୍ଦ ରଖାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.