NRC ବିରୋଧରେ ଟ୍ରାନ୍ସଜେଣ୍ଡର ଜଜ ସୁପ୍ରିମ କୋର୍ଟରେ କଲେ ଅପିଲ, ଏନେଇ ସରକାରଙ୍କୁ ଜବାବ ମାଗିଲେ ସର୍ବୋଚ୍ଚ ନ୍ୟାୟାଳୟ

ଆସାମର ପ୍ରଥମ ଟ୍ରାନ୍ସଜେନ୍ଡର ଜଜ ସ୍ଵାତି ବିଧାନ ବରୁଆ ସୁପ୍ରିମ କୋର୍ଟରେ ରାଷ୍ଟ୍ରୀୟ ନାଗରିକତା ରେଜିଷ୍ଟାର ଆଇନକୁ ନେଇ ଏକ ଯାଚିକା ଦାୟର କରିଥିଲେ । ଏଣୁ ସୋମବାର ସୁପ୍ରିମ କୋର୍ଟ ଆସାମର ରାଷ୍ଟ୍ରୀୟ ନାଗରିକତା ରେଜିଷ୍ଟାରରୁ ପାଖାପାଖି ୨ ହଜାର ଟ୍ରାନ୍ସଜେନ୍ଡରଙ୍କୁ ବାହାର କରିବା ନେଇ କେନ୍ଦ୍ର ତଥା ଆସାମ ସରକାରଙ୍କୁ ଜବାବ ମାଗିଛନ୍ତି ।  ଉଚ୍ଚତମ ନ୍ୟାୟାଳୟର ମୁଖ୍ୟ ନ୍ୟାୟାଧୀଶ ଏସଏ ବୋବଡ଼େ, ବି.ଆର ଗବାଇ ଓ ସୂର‌୍ୟ୍ୟକାନ୍ତଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ଟ୍ରାନ୍ସଜେନ୍ଡର ଜଜ ସ୍ଵାତି ବରୁଆଙ୍କ ଦ୍ୱାରା ଦାୟର ହୋଇଥିବା ଯାଚିକା ଉପରେ ସରକାରଙ୍କୁ ନୋଟିସ ଜାରି କରିଛନ୍ତି ।

supreme court

ସ୍ଵାତି ନିଜ ଯାଚିକାରେ ଉଲ୍ଲେଖ କରିଛନ୍ତି ଯେ ଏନଆରସି ଫର୍ମରେ ପୁରୁଷ ଓ ମହିଳା ବ୍ୟତୀତ ଅନ୍ୟ କୌଣସି ଜେଣ୍ଡର ବିଷୟରେ ଉଲ୍ଲେଖ କରାଯାଇନାହିଁ । ଯାହାକି ନିହାତି ଜରୁରୀ ଥିଲା । ସେ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି କି ଅଧିକ ସଂଖ୍ୟାରେ ଟ୍ରାନ୍ସଜେନ୍ଡରଙ୍କୁ ଛୋଟ ବେଳରୁ ତାଙ୍କ ଘର ଲୋକ ଛାଡି ଦେଇଥାନ୍ତି ବା ଘରୁ ବାହାର କରିଦେଇଥାନ୍ତି । ତେଣୁ କରି ସେମାନଙ୍କ ପାଖରେ ୧୯୭୧ ମସିହା ପୂର୍ବର କୌଣସି ଦସ୍ତାବିଜ ମହଜୂତ ନଥାଏ । କହି ରଖିବା ଉଚିତ ହେବ କି ଏନଆରସିର ପ୍ରଥମ ଲିଷ୍ଟ ଗତ ବର୍ଷ ଅଗଷ୍ଟ ମାସରେ ହିଁ ଘୋଷଣା କରାଯାଇଥିଲା । ଏଥିରୁ ପ୍ରାୟ ୧୯ ଲକ୍ଷ ଲୋକଙ୍କୁ ବାଦ ଦିଆଯାଇଥିଲା । ଆସାମ ହେଉଛି ଦେଶର ପ୍ରଥମ ରାଜ୍ୟ ଯେଉଁଠି ସିଟୀଜେନ ରେଜିଷ୍ଟାରକୁ ଲାଗୁ କରାଯାଇଥିଲା ।

ସୂଚନା ଦେବା ଯୋଗ୍ୟ କି ଗତ ବର୍ଷ ନଭେମ୍ବର ୨୬ ତାରିଖରେ ଟ୍ରାନ୍ସଜେନ୍ଡର ବ୍ୟକ୍ତିଙ୍କ ଅଧିକାର ସଂରକ୍ଷଣ ଆଇନ- ୨୦୧୯ କୁ ସଂସଦ ତରଫରୁ ମଞ୍ଜୁରୀ ମିଳିଥିଲା । ଏହି ଆଇନରେ ଟ୍ରାନ୍ସଜେନ୍ଡର ମାନଙ୍କ ସାମାଜିକ, ଆର୍ଥିକ, ଶିକ୍ଷା ଭଳି ଜରୁରୀ କ୍ଷେତ୍ର ଗୁଡିକର ସୁରକ୍ଷା ନେଇ ମଧ୍ୟ ଉଲ୍ଲେଖ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.