Below header

କଟକରେ ଦୀପାବଳିକୁ ନେଇ କମିଶନରେଟ ପୋଲିସର ପ୍ରସ୍ତୁତି, ଅନୁମତି ମିଳିଥିବା ବାଣ ହିଁ ବିକ୍ରି କରାଯିବ

କଟକ(କେନ୍ୟୁଜ୍): ପାଖେଇ ଆସୁଛି ଆଲୋକର ପର୍ବ ଦୀପାବଳି। ଦୀପାବଳି ଓ କାଳୀପୂଜାକୁ ଶାନ୍ତି ଶୃଙ୍ଖଳାରେ ସାରିବା ପାଇଁ ପ୍ରାକ୍‌ ପ୍ରସ୍ତୁତି ଆରମ୍ଭ କରିଛି କଟକ କମିଶନରେଟ ପୋଲିସ । ବାଣ ବିକ୍ରି ପାଇଁ ଅନୁମତି ମିଳିଥିବା ସ୍ଥାନରେ ହିଁ ବିକ୍ରି ହେବ ବାଣ । ଯେଉଁ ବାଣକୁ ବିକ୍ରି ପାଇଁ ଅନୁମତି ମିଳିଛି, ସେହି ବାଣ ହିଁ ବ୍ୟବସାୟି ବିକ୍ରି କରିବେ ।

କୌଣସି ପ୍ରକାର ବିସ୍ପୋରକ ବାଣ ବିକିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ପୋଲିସ । ସୁରକ୍ଷା ଦୃଷ୍ଟିରୁ ବାଣ ଦୋକାନ ନିକଟରେ ପୋଲିସ ମୁତୟନ ରହିବେ । କାଳୀପୂଜା ଏବଂ ଭସାଣୀ ପାଇଁ କଟକ ସହରରେ ୪୦ ପ୍ଲାଟୁନ ପୋଲିସ ଫୋର୍ସ ସହ ୧୦୦ ଜଣ ପୋଲିସ ଅଫିସର ମୁତୟନ ରହିବେ ବୋଲି ସୂଚନା ଦେଇଛନ୍ତି କଟକ ଡିସିପି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.