Below header

ଚଳନ୍ତା ବସରେ ଛାତ୍ରୀଙ୍କୁ ଅସାଦାଚରଣ ପଡିଲା ମହଙ୍ଗା

ତାଳଚେର : ଚଳନ୍ତା ବସ୍ ଭିତରେ ଛାତ୍ରୀଙ୍କୁ ଅସାଦାଚରଣ କରିବା ପଡିଲା ମହଙ୍ଗା । କଣ୍ଡକ୍ଟରକୁ ନିର୍ଦ୍ଧୁମ ଛେଚିଲେ ଛାତ୍ରୀଙ୍କ ପରିବାର ଓ ଗାଁଲୋକ । ଘଟଣା ଘଟିଛି ତାଳଚେର କଣିହାଁ ସ୍ଥିତ ଏନଟିପିସି ବାଇପାସ୍ ଛକ ନିକଟରେ । ଗତକାଲି ତେଲିସିଙ୍ଗା ଗାଁର ଜଣେ ଛାତ୍ରୀ ନିଶା ନାମକ ବସରେ ରେଙ୍ଗାଳିରୁ ଭୁବନେଶ୍ୱର ଯାଉଥିଲେ । ତେବେ ବସ୍ କଣ୍ଡକ୍ଟର ଛାତ୍ରୀଙ୍କୁ ବାଟରେ ବାରମ୍ବାର ଅସାଦାଚାରଣ କରିଥିଲେ । ଏ ନେଇ ଛାତ୍ରୀ ଜଣକ ଘର ଲୋକଙ୍କୁ ଫୋନରେ ଯଣାଇଥିଲେ । ଗତକାଲି ରାତିରେ ବସଟି ଏନଟିପିସି ବାଇପାସ୍ ଛକରେ ପହଞ୍ଚିବା ପରେ ସ୍ଥାନୀୟ ଲୋକ କଣ୍ଡକ୍ଟରୁ ନିସ୍ତୁକ ମାଡ ମାରିଥିଲେ । ଘଟଣାସ୍ଥଳରେ ଏନଟିପିସି ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ଘଟଣା ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.