Below header

ମହିଳାଙ୍କ ବୀଭତ୍ସ ହତ୍ୟାକାଣ୍ଡ ଘଟଣା, ସ୍ବାମୀଙ୍କ ମୃତଦେହ ଉଦ୍ଧାର : ରାଜଧାନୀରୁ ଅଭିଯୁକ୍ତ ଗିରଫ

ଭଦ୍ରକ : ପ୍ରତିଶୋଧ ପାଇଁ ପାପ । ନେଇଗଲା ଦୁଇ ଦୁଇଟି ଜୀବନ । ଯାହାକୁ ୧୦ ବର୍ଷ ହେବ ନିଜ ଘରେ ପୁଅ କରି ରଖିଥିଲେ, ସେ ହିଁ କଲା ହତ୍ୟା । ଏମିତି ଏକ ଘଟଣା ଘଟିଛି ଭଦ୍ରକ ଧାମନଗର ତାଳସିଠ ଗାଁରେ । ପୂରା ବଲିଉଡ୍‌ ଫିଲ୍ମ ଷ୍ଟାଇରେ ହତ୍ୟା କରିଛି ଅଭିଯୁକ୍ତ । ଧରମ ବାପା-ମାଆଙ୍କୁ ହତ୍ୟା କରିବା ପରେ ଧରମ ଭଉଣୀ ସହ କରିଛି ଦୁଷ୍କର୍ମ । ପୋଲିସ ଆଗରେ ହତ୍ୟାକାଣ୍ଡର ପୂରା ଘଟଣା କହିଛି ଅଭିଯୁକ୍ତ ଗୋପୀନାଥ ମହାନ୍ତି ଓରଫ୍‌ ବାବୁଆ । ଅଭିଯୁକ୍ତର କହିବା ଅନୁସାରେ, ପୂର୍ବରୁ ତାଙ୍କ ପରିବାର ଲୋକଙ୍କୁ ମୃତକଙ୍କ ପରିବାର ଲୋକେ ନିର୍ଯାତନା ଦେଉଥିଲେ । ଏହାର ପ୍ରତିଶୋଧ ନେବାକୁ ସେ ଛୋଟ ବେଳୁ ଚିନ୍ତା କରିଥିଲା । ପୂର୍ବରୁ ଦୁଇ ତିନି ଥର ହତ୍ୟା ପାଇଁ ଯୋଜନା କରିଛି । ହେଲେ କେବେ ସଫଳ ହୋଇନାହିଁ । ହତ୍ୟା ପାଇଁ ସୁଯୋଗ ଖୋଜୁଥିଲା ।

ରବିବାର ରାତିରେ ଏହାକୁ ସଫଳ କରିବାକୁ ଉଦ୍ୟମ କରିଥିଲା । ପ୍ରଥମେ ଧରମ ବାପାକୁ ହତ୍ୟା କରି କାଳିଦ୍ରା ପାଖ ଏକ କେନାଲରେ ଫୋପାଡ଼ି ଦେଇଥିଲା । ଏହା ପରେ ଘରକୁ ଆସି ଧରମ ମାଆକୁ ଶିଳପୁଆରେ ଛେଚି ହତ୍ୟା କରିଥିଲା । ଝିଅ ସହ ଦୁଷ୍କର୍ମ ପରେ ତାକୁ ମଧ୍ୟ ହତ୍ୟା କରିବାକୁ ଉଦ୍ୟମ କରିଥିଲା । ହେଲେ କେହି ଆସିବାର ଶବ୍ଦ ଶୁଣିବା ଯୋଗୁ ସେଠାରୁ ପଳାଇ ଯାଇଥିଲା । ଗତକାଲି ସକାଳେ ମହିଳାଙ୍କ ମୃତ ଦେହ ଉଦ୍ଧାର କରାଯାଇଥିବା ବେଳେ, ମୃତ ମହିଳାଙ୍କ ସ୍ୱାମୀଙ୍କ ପତ୍ତା ମିଳୁନଥିଲା । ଆଜି ସକାଳେ କେନାଲରୁ ତାଙ୍କ ମୃତ ଦେହ ଉଦ୍ଧାର କରିଛି ପୋଲିସ । ସେପଟେ ଫେରାର ହୋଇଯାଇଥିବା ଅଭିଯୁକ୍ତ ଗୋପୀନାଥ ମହାନ୍ତିଙ୍କୁ ଗତକାଲି ରାତିରେ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଞ୍ଚଳରୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ଗିରଫ ହେବା ପରେ ପୂରା ଘଟଣାର ପର୍ଦ୍ଦାଫାଶ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.