Below header

ଗଛରେ ପିଟିହେଲା କାର : ୪ ମୃତ, ଜଣେ ଆହତ

କେନ୍ଦୁଝର : ମର୍ମନ୍ତୁଦ ଦୁର୍ଘଟଣା। ଗଛରେ ପିଟିହେଲା କାର୍। ଦୁର୍ଘଟଣାରେ ୪ଜଣଙ୍କ ମୃତ୍ୟୁ ହୋଇଛି । ଜଣେ ଆହତ ହୋଇଛନ୍ତି। ଗୁରୁତର ଅବସ୍ଥାରେ ଜଣଙ୍କୁ କେନ୍ଦୁଝର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗତକାଲି ବିଳମ୍ବିତ ରାତିରେ କେନ୍ଦୁଝର ସଦରଥାନା ମଇଦାନକେଲ ଶରଧାପୁର ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତକମାନେ ହେଲେ କଲ୍ପତରୁ ତୀର୍ଥବାସୀ ପରିଡ଼ା, ଚୈତନ୍ୟ ବିକାଶ ସାହୁ, ରାକେଶ ଗୁରୁ ଓ ପ୍ରଶାନ୍ତ କୁମାର ପାତ୍ର। ମୃତକଙ୍କ ମଧ୍ୟରେ କଳ୍ପତରୁ ତୀର୍ଥବାସୀ ପରିଡ଼ା ମାଇନିଂ ଇଞ୍ଜିନିୟରିଂ କଲେଜର ଅଧ୍ୟକ୍ଷ ଥିଲେ। ରାଇରଙ୍ଗପୁରରେ ଏକ ସତସଙ୍ଗରେ ଯୋଗଦେଇ ଏମାନେ ସମସ୍ତେ କେନ୍ଦୁଝର ଫେରୁଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.