ଜୟପୁର ରାଜପରିବାରରେ ସମ୍ପତ୍ତି ବିବାଦ

ହାଓ୍ଵା ମହଲ କାହାର, ବଡ଼ ରାଣୀ ନା ସାନ ରାଣୀଙ୍କର ?

ଜୟପୁର : ସାତ ଶହ କୋଟି ଟଙ୍କାର ସମ୍ପତ୍ତି । ଏଇ ସମ୍ପତ୍ତିକୁ ନେଇ ଏବେ ଜୟପୁର ରାଜପରିବାରରେ ବିବାଦ ଦେଖା ଦେଇଛି । କୋରାପୁଟ ଜିଲ୍ଲା ଜୟପୁରର ଏହି ରାଜ ପରିବାରର ଓଡ଼ିଶା ସମେତ ଆନ୍ଧ୍ର ପ୍ରଦେଶର ବିଶାଖା ପାଟଣାରେ ମଧ୍ୟ ଅନେକ ସ୍ଥାବର ସମ୍ପତ୍ତି ରହିଛି । ବିଶାଖା ପାଟଣା ସ୍ଥିତ ହାଓ୍ଵା ମହଲକୁ ନେଇ ଜୟପୁର ରାଜା ସ୍ୱର୍ଗତ ରାମକୃଷ୍ଣ ଦେବଙ୍କ ଦୁଇ ବୋହୂଙ୍କ ମଧ୍ୟରେ ଆରମ୍ଭ ହୋଇଛି ବିବାଦ । ଏ ନେଇ ବିଶାଖା ପାଟଣାରେ ସାମ୍ବାଦିକ ସମ୍ମିଳନୀ କରି ବଡ଼ ବୋହୂରାଣୀ ମୟାଙ୍କ ଦେବୀଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ସାନ ବୋହୂରାଣୀ ସାରିକା ଦେବୀ ।

ହାଓ୍ଵା ମହଲ ମିଳିତ ମାଲିକାନାରେ ଥିବା ବେଳେ ବଡ଼ ବୋହୂରାଣୀ ଏହାକୁ ଜବରଦସ୍ତି ଦଖଲରେ ରଖି ତାଙ୍କୁ ପ୍ରବେଶ କରାଇ ଦେଉନଥିବା ସାନରାଣୀ ସାରିକା ଦେବା ଅଭିଯୋଗ କରିଛନ୍ତି । ସେ ସମସ୍ତ ଦସ୍ତାବିଜ୍‌ ସହ ଖୁବ୍‌ ଶୀଘ୍ର ଆଇନ୍‌ର ଆଶ୍ରୟ ନେବେ ବୋଲି କହିଛନ୍ତି । ଅନ୍ୟପଟେ ମୟାଙ୍କ ଦେବୀ ଓ ତାଙ୍କ ଝିଅ ଲଳିତ ଲବଙ୍ଗ ଲତିକା ଦେବୀ ମଧ୍ୟ ଏକ ସାମ୍ବାଦିକ ସମ୍ମିଳନୀରେ ଜବାବ ରଖିଛନ୍ତି । ଝିଅ ଲତିକା ଦେବୀ ଦାବି କରିଛନ୍ତି ଯେ ସେ ହେଉଛନ୍ତି ଯୁବରାଣୀ ଓ ତାଙ୍କ ମା ରାଜମାତା । ଜୟପୁର ରାଜପରିବାରର ଅନ୍ୟ କୌଣସି ସଦସ୍ୟ ମାଲିକାନା ନିମନ୍ତେ ନାହାନ୍ତି । ତେବେ ଆଉ ଏକ ରହସ୍ୟ ହେଉଛି ଏବେବି ରାଜମାତା ଶ୍ରୀମତୀ ରମା କୁମାରୀ ଦେବୀ ଜୟପୁର ରାଜ ମହଲରେ ରହୁଛନ୍ତି । କିନ୍ତୁ ଏହି ମାଲିକାନା ବିବାଦକୁ ନେଇ ତାଙ୍କର ପ୍ରତିକିୟା ମିଳି ପାରି ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.