Below header

ବିଦ୍ୟୁତ୍‌ ସଂଯୋଗକୁ ନେଇ ଗାଁ ଦାଣ୍ଡରେ ବୁଲିଲା ଖଣ୍ଡା ଆଉ ବନ୍ଧୁକ, ଭାଇରାଲ୍ ହେବାରେ ଲାଗିଛି ଭିଡିଓ

ବାଲେଶ୍ୱର: ଗାଁ ଦାଣ୍ଡରେ ବୁଲିଲା ଖଣ୍ଡା ଆଉ ବନ୍ଧୁକ। ବିଦ୍ୟୁତ୍‌ ସଂଯୋଗକୁ ନେଇ ଏମିତି ଚିତ୍ର ଦେଖିବାକୁ ମିଳିଛି ବାଲେଶ୍ୱର ସଦର ଥାନା ଅନ୍ତର୍ଗତ କେଶପୁର ଗାଁରେ। ଗତ ୧୯ ତାରିଖ ଦିନ ବିଦ୍ୟୁତ୍‌ ଖୁଣ୍ଟରୁ ବିଦ୍ୟୁତ୍‌ ସଂଯୋଗକୁ ନେଇ କେଶପୁର ଗାଁର ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା।

ଏହାପରେ ଗୋଟିଏ ଗୋଷ୍ଠୀ ଅନ୍ୟ ଏକ ଗୋଷ୍ଠୀ ଉପରକୁ ଖଣ୍ଡା ଓ ବନ୍ଧୁକ ଧରି ଗୁଳି କରିଦେବାକୁ ଧମକାଇଥିଲେ। ଏନେଇ ସଦର ଥାନାରେ ଏକ ମାମଲା ରୁଜୁ କରାଯାଇଛି। ଯାହାର ଭିଡିଓ ଏବେ ଭାଇରାଲ୍‌ ହେବାରେ ଲାଗିଛି। ପୋଲିସ ଅଭିଯୁକ୍ତ ୨ ଜଣଙ୍କୁ ଚିହ୍ନଟ କରି ଧରିବାକୁ ଉଦ୍ୟମ ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.