ଅନୁଗୁଳ: ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଆତ୍ମାହୁତି ଉଦ୍ୟମ। ଅନୁଗୁଳ ତାଳଚେର ଗୋବରା ଗାଁର ଜଣେ ବିଧବା ମହିଳା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ କିରାସିନି ଢାଳି ଆତ୍ମାହୁତି ଉଦ୍ୟମ କରିଛନ୍ତି।
ଆତ୍ମାହୁତି ଉଦ୍ୟମ ବେଳେ ପୋଲିସ ମହିଳାଙ୍କୁ ଉଦ୍ଧାର କରି ଥାନାରେ ଅଟକ ରଖିଛି। ପାରିବାରିକ କଳହ ଓ ଜମିଜମାକୁ କେନ୍ଦ୍ର କରି ଆତ୍ମାହୁତି ଉଦ୍ୟମ କରିଥିଲେ।