Below header

ଖୁବଶୀଘ୍ର ପ୍ରକାଶ ପାଇବ କଂଗ୍ରେସର ପ୍ରାର୍ଥୀ ତାଲିକା , ରାହୁଲଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଛି କଂଗ୍ରେସ କେନ୍ଦ୍ରୀୟ ସ୍କ୍ରିନିଂ କମିଟି ବୈଠକ

ନୂଆଦିଲ୍ଲୀ(କେନ୍ୟୁଜ୍) : ରାଜ୍ୟ କଂଗ୍ରେସର ପ୍ରଥମ ପ୍ରାର୍ଥୀ ତାଲିକା ଖୁବଶୀଘ୍ର ପ୍ରକାଶ ପାଇବାର ସମ୍ଭାବନା ରହିଛି । ଆଜି ଦିଲ୍ଲୀରେ ଆରମ୍ଭ ହୋଇଛି କଂଗ୍ରେସ କେନ୍ଦ୍ରୀୟ ସ୍କ୍ରିନିଂ କମିଟି ବୈଠକ । ୨୪ଜଣିଆ ସଦସ୍ୟ ବିଶିଷ୍ଟ ଏହି କମିଟିରେ ଅଧ୍ୟକ୍ଷତା କରୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ଏଥିରେ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟର କଂଗ୍ରେସ ସଭାପତି ଓ ବିଭିନ୍ନ ପ୍ରଭାରୀମାନେ ଯୋଗଦେଇଛନ୍ତି । ଓଡ଼ିଶାରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ନରସିଂହ ମିଶ୍ର, ଚିରଞ୍ଜୀବ ବିଶ୍ୱାଳ ଓ ପ୍ରଦୀପ ମାଝୀ ବୈଠକରେ ଯୋଗଦେଇଛନ୍ତି । ଓଡ଼ିଶା ପ୍ରଦେଶ ନିର୍ବାଚନ କମିଟି ପକ୍ଷରୁ ପଠାଯାଇଥିବା ପ୍ରାର୍ଥୀ ତାଲିକା ଉପରେ ବିଚାରବିମର୍ଶ କରାଯିବ । ଏଥର ନିର୍ବାଚନରେ ଅଧିକ ମହିଳାଙ୍କ ପ୍ରାର୍ଥୀ କରିବାକୁ ନିର୍ଦ୍ଦେଶ ରହିଛି ।

ରାଜ୍ୟର ୧୫ଟି ଲୋକସଭା ଓ ୧୦୫ଟି ବିଧାନସଭା ଆସନ ପାଇଁ ସମ୍ଭାବ୍ୟ ପ୍ରାର୍ଥୀଙ୍କ ତାଲିକା ପିଇସି ପ୍ରସ୍ତୁତ କରିବା ପରେ ଚୂଡ଼ାନ୍ତ ନିଷ୍ପତ୍ତି ପାଇଁ ଏହାକୁ ଦଳର କେନ୍ଦ୍ରୀୟ ସ୍କ୍ରିନିଂ କମିଟିକୁ ପଠାଯାଇଛି । ଅନେକ ଆସନ ପାଇଁ ଏକାଧିକ ଆଶାୟୀ ଅଛନ୍ତି । ବୈଠକରେ ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ୬ଟି ଲୋକସଭା ଓ ୪୨ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଚୟନ ହେବାର ସମ୍ଭାବନା ରହିଛି । ଯେଉଁ ଲୋକସଭା ଓ ବିଧାନସଭା ଆସନରେ ଏକାଧିକ ପ୍ରାର୍ଥୀଙ୍କନାମ ରହିଛି, ସେଠାରେ ଜଣେ ଜଣେ ପ୍ରାର୍ଥୀଙ୍କ ନାମ ଚୂଡ଼ାନ୍ତ କରି ସେମାନଙ୍କ ନାମ ସିଇସିକୁ ସୁପାରିଶ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.