ମନ୍ଦିରକୁ ପ୍ରବେଶ କରିବା ସମୟରେ ଧ୍ୟାନ ରଖନ୍ତୁ ଏହି ନିୟମ , ପୂର୍ଣ୍ଣ ହେବ ମନସ୍କାମନା

ହିନ୍ଦୁ ଧର୍ମରେ ମନ୍ଦିର ଏକ ପବିତ୍ର ସ୍ଥଳ। ଶାସ୍ତ୍ରମତ ଅନୁସାରେ ମନ୍ଦିର ହେଉଛି ସେହି ପବିତ୍ର ସ୍ଥାନ, ଯେଉଁଠାରେ ଲୋକମାନେ  ଭଗବାନଙ୍କୁ ପ୍ରସନ୍ନ କରିବା ପାଇଁ ଯାଇଥାନ୍ତି। କିନ୍ତୁ ଏପରି କିଛି ନିୟମ ରହିଛି, ଯାହା ଆପଣଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରିବା ପୂର୍ବରୁ ଧ୍ୟାନ ରଖିବା ଉଚିତ, ନଚେତ ଆପଣଙ୍କର ମନସ୍କାମନା ପୂରଣ ହୋଇନଥାଏ।

ଜାଣନ୍ତୁ ହିନ୍ଦୁ ଧର୍ମଶାସ୍ତ୍ର ଅନୁସାରେ ମନ୍ଦିରରେ ପ୍ରବେଶ କରିବା ପୂର୍ବରୁ କେଉଁ କଥା ଉପରେ ଧ୍ୟାନ ରଖିବା ଉଚିତ 

temple entryପ୍ରାୟତଃ ପ୍ରତ୍ୟେକ ଲୋକମାନେ ଜାଣିଥାନ୍ତି ମନ୍ଦିର ହେଉଛି ଏକ ପବିତ୍ର ଓ ଧାର୍ମିକ ସ୍ଥଳ। ଏହି କାରଣରୁ ଲୋକମାନେ ମନ୍ଦିରକୁ ଛୋଟ ବସ୍ତ୍ର ପରିଧାନ କରି ପ୍ରବେଶ କରିବା ଅନୁଚିତ। ଏହା ସହ ମହିଳାମାନେ ମନ୍ଦିରରେ ପ୍ରବେଶ କରିବା ସମୟରେ ମୁଣ୍ଡରେ ଓଢଣା ଦେବା ଉଚିତ। ସେହିପରି ତିରୁପତି ଏବଂ ଗୁରୁୱୟୁର ମନ୍ଦିରରେ ବସ୍ତ୍ର ପରିଧାନ ଉପରେ ଶକ୍ତ ନିୟମ ପାଳନ କରାଯାଉଛି। ଏଠାରେ ମହିଳା ଏବଂ ପୁରୁଷ ମାନଙ୍କୁ ପ୍ୟାଣ୍ଟ ଓ ଟ୍ରାଉଜର ପିନ୍ଧିବାର ବାରଣ କରାଯାଇଛି। ଏହି କାରଣରୁ ଆପଣ ଯେବେବି କୌଣସି ପ୍ରସିଦ୍ଧ ମନ୍ଦିରକୁ ଯାଉଛନ୍ତି, ତାହା ପୂର୍ବରୁ ସେହି ମନ୍ଦିରର ଡ୍ରେସ୍ କୋଡ଼ ଉପରେ ଧ୍ୟାନ ରଖନ୍ତୁ।

Tirumalaହିନ୍ଦୁ ଧର୍ମ ଅନୁସାରେ ମନ୍ଦିର ଯିବା ପୂର୍ବରୁ ସ୍ନାନ କାର୍ଯ୍ୟ ଏବଂ ନିଜର ଦୈନିକ କାର୍ଯ୍ୟ ସମାପ୍ତ କରିବା ଉଚିତ। ଦକ୍ଷିଣ ଭାରତରେ ଅବସ୍ଥିତ ଥିବା କିଛି ମନ୍ଦିରରେ ସ୍ନାନ କରିବା ପାଇଁ ପୋଖରୀ ରହିଛି, ଯେଉଁଠାରେ ଭଗବାନଙ୍କୁ ଦର୍ଶନ କରିବା ପୂର୍ବରୁ ଭକ୍ତମାନଙ୍କୁ ସ୍ନାନ କରିବାର ଆବଶ୍ୟକତା ରହିଛି। ମାସିକ ଧର୍ମ ସମୟରେ ମହିଳାମାନେ ମନ୍ଦିର ବା କୌଣସି ଧାର୍ମିକ ସ୍ଥାନରେ ପ୍ରବେଶ କରିବା ଅନୁଚିତ। ଭାରତରେ ଏପରି କିଛି ମନ୍ଦିର ରହିଛି ଯାହା କେବଳ ସକାଳ ଏବଂ ସଂନ୍ଧ୍ୟାରେ ଖୋଲିଥାଏ। ଏହି କାରଣରୁ ମନ୍ଦିରକୁ ଯିବା ପୂର୍ବରୁ ନିଶ୍ଚିନ୍ତ ରୂପେ ମନ୍ଦିର ଖୋଲିବା ସମୟ ଉପରେ ଧ୍ୟାନ ରଖିବା ଉଚିତ। କେତେକ ମନ୍ଦିରରେ ମଧ୍ୟ ଭଗବାନଙ୍କ ଦର୍ଶନ ପାଇଁ ଟିକେଟର ସୁବିଧା ରହିଥାଏ।

jagannath-templeଏହା ସହ ମନ୍ଦିର ଭିତରକୁ କ୍ୟାମେରା ନେବା ବାରଣ ହୋଇଥାଏ। ମନ୍ଦିର ଯିବା ପୂର୍ବରୁ ଭଗବାନଙ୍କ ପାଇଁ ପ୍ରସାଦ ରୂପେ ନଡ଼ିଆ, ମିଠା ଏବଂ ଫୁଲ ନେବାର ପରମ୍ପରା ରହିଥାଏ। ମନ୍ଦିରରେ ପ୍ରସାଦ ଲାଗି କରିବାର ବିଶେଷ ମହତ୍ତ୍ବ ରହିଥାଏ ଓ ଏହି ପରମ୍ପରା ପ୍ରାୟତଃ ସବୁ ମନ୍ଦିରରେ ହୋଇଥାଏ। ମନ୍ଦିରରେ ଆପଣଙ୍କୁ ଦୁଇ ହାତ ଯୋଡ଼ି ପୂଜା କରିବା ଉଚିତ। ଆଧ୍ୟାତ୍ମିକ କାରଣରୁ ଦୁଇ ହାତ ଯୋଡ଼ି ପୂଜା କରିବା ଦ୍ବାରା ଶରୀରର କିଛି ବିଶିଷ୍ଟ ଅଂଶ କାର୍ଯ୍ୟାତ୍ମକ ହୋଇଥାଏ, ଯାହାଦ୍ବାରା ଶରୀରରେ ସକରାତ୍ମକ ଶକ୍ତି ସୃଷ୍ଟି ହୋଇଥାଏ। ଏହି କାରଣରୁ ମନ୍ଦିରରେ ଦୁଇ ହାତ ଯୋଡ଼ି ପୂଜା କରିବା ଉଚିତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.