Below header

ଋଷିକୁଲ୍ୟା ନଦୀରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର

ଗଞ୍ଜାମ(କେନ୍ୟୁଜ୍) : ନଦୀରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର। ଗଞ୍ଜାମ ଜିଲ୍ଲା ଋଷିକୁଲ୍ୟା ନଦୀରୁ ଉଦ୍ଧାର ହୋଇଛି ମୃତଦେହ। ମୃତ ମହିଳାଙ୍କୁ ଚିହ୍ନଟ କରିଛି ପୋଲିସ। ମୃତଦେହ କବିସୂର୍ଯ୍ୟନଗର ଥାନା ଟଙ୍କଛାଇ ଗାଁର ବୁଦ୍ଧିରାମ ଗୌଡ଼ଙ୍କ ୨ୟ ପତ୍ନୀ ମଞ୍ଜୁଳା ଗୌଡ଼ଙ୍କର ବୋଲି ପୋଲିସ କହିଛି। ଗତ ୨ଦିନ ତଳେ ତାଙ୍କୁ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି। ତେବେ ହତ୍ୟାର କାରଣ ଜଣାପଡ଼ିନାହିଁ। ମୃତଦେହ ନଦୀରେ ଭାସୁଥିବ ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ସେପଟେ ମହିଳାଙ୍କ ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ହୋଇଛି। ପୋଲିସ ମହିଳାଙ୍କ ସ୍ୱାମୀକୁ ଅଟକ ରଖି ପଚରାଉଚୁରା କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.