Below header

ଯୋଡ଼ା ଶିଶୁକନ୍ୟା ଗଙ୍ଗା-ଯମୁନା ପ୍ରସଙ୍ଗ, ଚିକିତ୍ସା ପାଇଁ ସ୍ୱତନ୍ତ୍ର ଟିମ୍‌ ଗଠନ

ଢେଙ୍କାନାଳ(କେନ୍ୟୁଜ୍) : ଛାତିରୁ ପେଟ ଯାଏ ଯୋଡ଼ି ହୋଇ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜନ୍ମ ହୋଇଥିବା ଯାଆଁଳା ଶିଶୁ ଗଙ୍ଗା-ଯମୁନାଙ୍କ ଚିକିତ୍ସା ପାଇଁ ପ୍ରୟାସ ଜାରି । ସ୍ୱତନ୍ତ୍ର ଟିମ୍‌ ଗଠନ କରିଛନ୍ତି କଟକ ଶିଶୁ ଭବନ କର୍ତ୍ତୃପକ୍ଷ । ଟିମ୍‌ରେ ସାମିଲ ଅଛନ୍ତି ପେଡିଆଟ୍ରିକ୍‌ ମେଡିସିନ୍‌, ପେଡିଆଟ୍ରିକ୍‌ ସର୍ଜରୀ, ନ୍ୟୁ ବର୍ଣ୍ଣ ୟୁନିଟ୍‌, ଆଇସିଓ ଟିମ୍‌ ଓ ଥୋରାସିକ୍‌ ବିଭାଗର ଡାକ୍ତର । ଶିଶୁଭବନରେ ସମ୍ଭବ ହୋଇନଥିବା ପରୀକ୍ଷା ନୀରିକ୍ଷା ଏସ୍‌ସିବି ମେଡିକାଲରେ ହେବ । ଦୁଇ ଶିଶୁଙ୍କ ଗୋଟିଏ ହୃତପିଣ୍ଡ ରହିଛି । ତେବେ ପରିବାର ଲୋକଙ୍କୁ ଧୈର୍ଯ୍ୟ ଧରିବାକୁ ଶିଶୁ ଭବନ ଅଧୀକ୍ଷକ ପ୍ରଫେସର ସରୋଜ ସାହୁ ପରାମର୍ଶ ଦେଇଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.