Below header

ରାୟଗଡ଼ରେ ମାଆ ଓ ଝିଅଙ୍କୁ ମର୍ଡର କରିଥିବା ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଆଜୀବନ ଜେଲ୍

କେନ୍ୟୁଜ୍(ବ୍ୟୁରୋ): ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଆଜୀବନ ଜେଲଦଣ୍ଡାଦେଶ । ଛତିଶଗଡ଼ର ରାୟଗଡ଼ରେ ମାଆ ଓ ଝିଅଙ୍କୁ ମର୍ଡର ମାମଲାରେ ଆଜୀବନ ଜେଲ ଦଣ୍ଡାଦେଶ । ବହୁଚର୍ଚ୍ଚିତ କଳ୍ପନା ଦାଶ ଓ ତାଙ୍କ ଝିଅ ହତ୍ୟା ମାମଲାର ଆଜି ଛତିଶଗଡ଼ର ରାୟଗଡ଼ର ଅତିରିକ୍ତ ଜିଲ୍ଲା ଦୌରାଜଜ ଚୂଡ଼ାନ୍ତ ରାୟ ପ୍ରକାଶ କରିଛନ୍ତି ।

ଛତିଶଗଡ଼ର ରାୟଗଡ଼ ଜିଲ୍ଲା ଚକ୍ରଧରନଗର ଥାନା ଅଞ୍ଚଳରେ ହୋଇଥିବା ଏହି ହତ୍ୟାକାଣ୍ଡ ହୋଇଥିଲା । ଏହି ମାମଲାରେ ପୂର୍ବତନ ବିଧାୟକ ଅନୁପ ସାଏ ଓ ତାଙ୍କ ଡ୍ରାଇଭର ବର୍ଜନ ଟଙ୍ଗୋଙ୍କୁ ଗତ ଫେବ୍ରୁଆରି ୨୦୨୦ରେ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ । ତେବେ ଡ୍ରାଇଭର ବର୍ଜନ ଟଙ୍ଗୋ ନିର୍ଦ୍ଦେଶରେ ଖଲାସ ହୋଇଛନ୍ତି । ରାୟଗଡ଼ ଜିଲ୍ଲା ଅତିରିକ୍ତ ଜିଲ୍ଲା ଦୌରାଜଜଙ୍କ ଅଦାଲତରେ ଅନୁପ ସାଏଙ୍କ ନାଁରେ ଥିବା ମାମଲାର ଶୁଣାଣି ଶେଷ କରି ରାୟ ପ୍ରକାଶ କରିଛନ୍ତି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.