‘ଦ କାଶ୍ମୀର ଫାଇଲ୍ସ’ ନିର୍ଦ୍ଦେଶକଙ୍କ ବଡ଼ ଘୋଷଣା! ୫ ବିଦ୍ୟାର୍ଥୀଙ୍କୁ ଦେବେ ୫୦ ହଜାର ଲେଖାଏ ଟଙ୍କା; ଫିଲ୍ମରେ ମିଳିବ କାମ

‘ଦ କାଶ୍ମୀର ଫାଇଲ୍ସ’ର ଅପାର ସଫଳତା ପରେ ଫିଲ୍ମ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ବଡ଼ ଘୋଷଣା କରିଛନ୍ତି। ଏହି ଘୋଷଣା ପରେ ଏବେ ୫ ଜଣ ବିଦ୍ୟାର୍ଥୀଙ୍କ ଭାଗ୍ୟ ଫିଟିଯିବ। ଖାସ୍‌ କଥା ହେଉଛି, ନିକଟରେ ଆୟୋଜିତ ଏକ ଫିଲ୍ମ ଉତ୍ସବରେ ନିର୍ଦ୍ଦେଶକ ଏହି ଘୋଷଣା କରିଛନ୍ତି। ଅଗ୍ନିହୋତ୍ରୀ ନିଜ ସ୍ତ୍ରୀ ତଥା ଜଣାଶୁଣା ଅଭିନେତ୍ରୀ ପଲ୍ଲବୀ ଜୋଶୀଙ୍କ ସହ ଭୋପାଳର ମାଖନଲାଲ ଚତୁର୍ବେଦୀ ବିଶ୍ୱବିଦ୍ୟାଳୟରେ ଆୟୋଜିତ ଉତ୍ସବରେ ଯୋଗ ଦେଇଥିଲେ।

ଏହି ଫିଲ୍ମ ଉତ୍ସବରେ ପହଞ୍ଚିବା ପରେ ବିବେକ ଅଗ୍ନିହୋତ୍ରୀ ବିଦ୍ୟାର୍ଥୀମାନଙ୍କୁ ଆର୍ଥିକ ସହାୟତା ଦେବାକୁ ଘୋଷଣା କରିଥିଲେ। ସେ କହିଥିଲେ କି, ବିଶ୍ୱବିଦ୍ୟାଳୟରେ ଫିଲ୍ମ ପାଠ୍ୟକ୍ରମ ଅଧ୍ୟୟନ ଲାଗି ୫ ଜଣ ବିଦ୍ୟାର୍ଥୀଙ୍କୁ ୫୦ ହଜାର ଟଙ୍କା ଲେଖାଏ ସ୍କଲାରଶିପ୍‌ ଦିଆଯିବ। ମୋଟ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ।

ଅଗ୍ନିହୋତ୍ରୀ ଆହୁରି କହିଥିଲେ ଯେ ଏହାକୁ ନେଇ କୁଳପତି ଏକ ବିଶେଷ କମିଟି ଗଠନ କରିବେ। ଏହି କମିଟି ସ୍କଲାରଶିପ୍‌ ପାଇଁ ପ୍ରତିଭାବାନ ଛାତ୍ରଙ୍କୁ ଚୟନ କରିବ। ଏହାଛଡ଼ା ପଲ୍ଲବୀ ଜୋଶୀ ମଧ୍ୟ ଏମିତି ଛାତ୍ରଙ୍କୁ ଆଗାମୀ ଫିଲ୍ମରେ କାମ କରିବାର ଅବସର ଦିଆଯିବ ବୋଲି ଘୋଷଣା କରିଥିଲେ। ଏଥି ପୂର୍ବରୁ ନିର୍ଦ୍ଦେଶକ ‘ଦ କାଶ୍ମୀର ଫାଇଲ୍ସ’ର ଆୟକୁ ନେଇ ନିଜର ପ୍ରତିକ୍ରିୟା ରଖିଥିଲେ।

କହି ରଖୁଛୁ, ନିକଟରେ ବିବେକ ମୁମ୍ବାଇରେ ଏକ ସେଲୁନ ବାହାରେ ସ୍ପଟ୍‌ ହୋଇଥିଲେ। ଏହି ସମୟର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି, ଏଥିରେ ଫଟୋଗ୍ରାଫରମାନେ ତାଙ୍କ ଫିଲ୍ମକୁ ବହୁତ ପ୍ରଶଂସା କରୁଥିବା ଦେଖାଯାଉଛି। ଜଣେ ଫଟୋଗ୍ରାଫର ଯେତେବେଳେ କହୁଛନ୍ତି, ସାର୍‌ ଆପଣଙ୍କ ଫିଲ୍ମ ୨୦୦ କୋଟି ଆୟ କରି ନେଇଛି, ସେତେବେଳେ ବିବେକ କହୁଛନ୍ତି, ‘ପଇସାର କଥା ନୁହେଁ, ଲୋକଙ୍କ ହୃଦୟ ଯୋଡ଼ି ହୋଇଯାଇଛି। ଏହା ବଡ଼ କଥା’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.