Below header

ଉତ୍କଳ ଦିବସ ଅବସରରେ ଓଡ଼ିଶାର ଐତିହ୍ୟ, ସଂସ୍କୃତି ଉପରେ ଆଲୋଚନା

ଭୁବନେଶ୍ୱର : ଭୁବନେଶ୍ୱର ବାଲାଜୀ କଂପ୍ଲେକସରେ ବେଶ୍‌ ଧୁମ୍‌ଧାମ୍‌ରେ ପାଳିତ ହୋଇଛି ୮୭ତମ ଉତ୍କଳ ଦିବସ । କଂପ୍ଲେକ୍ସର ବରିଷ୍ଠ ନାଗରିକ ଆସୋସିଏସନ୍‌ର ସଭାପତି ଚିତ୍ତ ରଞ୍ଜନ ଶାସ୍ତ୍ରୀଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଆରମ୍ଭରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା । ପରେ ପିଲାମାନଙ୍କ ଦ୍ୱାରା ନୃତ୍ୟ ଓ ଗୀତ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା । ପୁଣି ସେମାନଙ୍କ ପାଇଁ କୁଇଜ୍‌ ଓ ଡ୍ରଇଂ ପ୍ରତିଯୋଗିତା ମଧ୍ୟ ହୋଇଥିଲା । ଏହି ଉତ୍କଳ ଦିବସ କାର୍ଯ୍ୟକ୍ରମରେ ପିଲାଠୁ ବୟସ୍କ ସମସ୍ତେ ଯୋଗ ଦେଇଥିଲେ । ଓଡ଼ିଶାର ଐତିହ୍ୟ ଓ ସଂସ୍କୃତି, ଓଡ଼ିଆ ପରମ୍ପରା ଉପରେ ଆଲୋଚନା ହୋଇଥିଲା ।

LAXMISAGAR-1LAXMISAGAR-3

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.