ନୂତନ ଅବକାରୀ ନୀତି ଲାଗୁ : ରାଜ୍ୟରେ ଶସ୍ତା ହେବ ମଦ, ଠାକୁରଙ୍କ ନାଁରେ ରହିବନି ମଦ ଦୋକାନ

ଭୁବନେଶ୍ୱର: ଲାଗୁ ହେଲା ନୂଆ ଅବକାରୀ ନୀତି। ରାଜ୍ୟରେ ଖୁବଶୀଘ୍ର ଶସ୍ତା ହେବାକୁ ଯାଉଛି ମଦ। ନୂତନ ଅବକାରୀ ନୀତି ଅନୁଯାୟୀ, ରାଜ୍ୟ ସରକାର ବିଦେଶରେ ତିଆରି ହେଉଥିବା ବିଦେଶୀ ମଦ ଉପରୁ ଶୁଳ୍କ ହ୍ରାସ କରିଛନ୍ତି। ସେହିପରି ଆଉ ଠାକୁର କିମ୍ବା ବିଶିଷ୍ଟ ବ୍ୟକ୍ତିଙ୍କ ନାମ ମଦ ଦୋକାନରେ ରହି ପାରିବନି ବୋଲି ମଧ୍ୟ ନିୟମ ହୋଇଛି। ଅନ୍ୟପଟେ ରାଜ୍ୟ ଭିତରେ ତିଆରି ହେଉଥିବା ବିଦେଶୀ ମଦ ଉପରେ ଶୁଳ୍କ ପୂର୍ବ ଭଳି ରହିଛି। ରାଜ୍ୟରେ ଉଚିତ ମୂଲ୍ୟରେ ଉନ୍ନତ ମାନର ମଦ ଯୋଗାଇବା ଲକ୍ଷ୍ୟରେ ସରକାର ଏଭଳି ପଦକ୍ଷେପ ନେଇଥିବା ଜଣାଯାଇଛି।

ନୂଆ ନିୟମ ଅନୁସାରେ, ଲାଇସେନ୍ସ ଫି, ମିନିମମ୍ ଗ୍ୟାରେଣ୍ଟେଡ୍ କୋଟା, ଯୋଗାଣକାରୀ, ପ୍ରସ୍ତୁତକାରୀ ସଂସ୍ଥା ଓ ବ୍ୟବସାୟୀଙ୍କ ପାଇଁ ଆବେଦନ ଫିସ୍ ବୃଦ୍ଧି ପାଇଛି। ସେହିପରି ଭୁବନେଶ୍ୱର, ବ୍ରହ୍ମପୁର, ରାଉରକେଲା ପରି ମହାନଗର ନିଗମରେ ପ୍ରିମିୟମ ଅଫ୍ ସପ୍ ଓପନିଂ କରିବା ନେଇ ମଧ୍ୟ ବ୍ୟବସ୍ଥା ରହିଛି । ଏଥିସହ ବାର୍ ଲାଇସେନ୍ସର ଦେୟ କମ୍ କରାଯାଇଛି। ମଦ ବଜାରରେ ଯେଭଳି ଅନଭିଜ୍ଞ ଯୋଗାଣକାରୀ ସଂସ୍ଥା ପ୍ରବେଶ ନ କରିବେ ସେଥିପାଇଁ ପଞ୍ଜୀକରଣ କରିବା ନିୟମ ବି ସରକାର ଲାଗୁ କରିଛନ୍ତି। ତେବେ ଏହି ନିୟମ ଲାଗୁ ହେବା ପରେ ରାଜ୍ୟରେ ବେଆଇନ ମଦ ବିକ୍ରି କମିବ ବୋଲି ସରକାର ଆଶା ପ୍ରକାଶ କରିଛନ୍ତି।

Also Read: ଯାଇନି କରୋନା! ସାମ୍ନାକୁ ଆସିଲା ନୂଆ XE ଭ୍ୟାରିଏଣ୍ଟ, ଯାହା ଓମିକ୍ରନ୍‌ଠାରୁ ୧୦ ଗୁଣ ଅଧିକ ଭୟଙ୍କର

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.