Below header

ରାୟଗଡ଼ାରେ ରୁଷ ସାଂସଦ ଓ ବନ୍ଧୁଙ୍କ ମୃତ୍ୟୁ ଘଟଣା: ହୋଟେଲ୍‌ ମାଲିକଙ୍କୁ ପଚରାଉଚରା, ଅନ୍ୟ କର୍ମଚାରୀଙ୍କ ବୟାନ ରେକର୍ଡ

ରାୟଗଡ଼ା(କେନ୍ୟୁଜ୍): ରାୟଗଡ଼ାରେ ରୁଷ ସାଂସଦ ପାଭେଲ୍‌ ଆଣ୍ଟୋଭ ଓ ବନ୍ଧୁଙ୍କ ମୃତ୍ୟୁର ସରଜମିନ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ । ରାୟଗଡ଼ାରେ ତିନି ଦିନ ହେବ ତନାଘନା ଜାରି ରହିଛି । ରୁଷ ନାଗରିକ ରହୁଥିବା ହୋଟେଲରେ ଖୋଳତାଡ ହୋଇଛି । ଗତକାଲି ହୋଟେଲ୍‌ ମାଲିକଙ୍କୁ ୨୦ ମିନିଟ ଧରି ପଚରାଉଚରା ହୋଇଥିଲା । ହୋଟେଲ୍‌ ବୟ, ରିସେପସୋନିଷ୍ଟ ଓ ଅନ୍ୟ କର୍ମଚାରୀଙ୍କ ବୟାନ ବି ରେକର୍ଡ କରିଛି କ୍ରାଇମବ୍ରାଞ୍ଚ ।

ପାଭେଲଙ୍କ ମୋବାଇଲ୍‌, ପାସପୋର୍ଟ ଓ ଲାପଟପ୍‌ ଜବତ ହୋଇଛି । ଆବଶ୍ୟକ ହେଲେ ଇଣ୍ଟରପୋଲ୍‌ର ସହାୟତା ନିଆଯିବ ବୋଲି ପୋଲିସ ଡିଜି କହିଛନ୍ତି । ଅନ୍ତର୍ଜାତୀୟ ଲିଙ୍କ୍‌ ଖୋଜୁଛି କେନ୍ଦ୍ରୀୟ ଗୁଇନ୍ଦା ଟିମ୍‌ । ଓଡ଼ିଶାରେ ରହଣି ବେଳେ ପାଭେଲ୍‌ ଓ ତାଙ୍କ ବନ୍ଧୁଙ୍କୁ କେହି ପିଛା କରୁଥିଲେ କି ? ବିଦେଶୀ ଗୁପ୍ତଚରଙ୍କ ଶିକାର ହୋଇଛନ୍ତି କି ପାଭେଲ୍‌ ଓ ଭ୍ଲାଦିମିର ? ସମ୍ବେଦନଶୀଳ ଘଟଣା ହୋଇଥିବାରୁ ସବୁ ଦିଗକୁ ଦୃଷ୍ଟିରେ ରଖି ତଦନ୍ତ ଚାଲିଛି ।

କ୍ରାଇମବ୍ରାଞ୍ଚର ବଛା ବଛା ଦକ୍ଷ ଅଫିସର ତଦନ୍ତ କରୁଛନ୍ତି । ପୂର୍ବରୁ ପାଭେଲଙ୍କ ସହ ଆସିଥିବା ଦୁଇ ରୁଷ୍‌ ନାଗରିକ ଓ ଟୁରିଷ୍ଟ ଗାଇଡ୍‌ଙ୍କ ବୟାନ ରେକର୍ଡ ହୋଇଛି । ଖୁବଶୀଘ୍ର ରାୟଗଡ଼ାରୁ ଫେରିବ କ୍ରାଇମବ୍ରାଞ୍ଚ ଟିମ୍‌ । ଏହାପରେ ତଦନ୍ତର ପରବର୍ତ୍ତୀ ଦିଗ ନିର୍ଦ୍ଧାରଣ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.