ଗାଡ଼ିରେ ଗାରେଇ ଦେବାରୁ ୫ ବର୍ଷର ଶିଶୁକୁ ବିଦ୍ୟୁତ୍‌ ଖୁଣ୍ଟିରେ ବାନ୍ଧି ନିସ୍ତୁକ ମାଡ଼!

ଗଜପତି(କେନ୍ୟୁଜ୍): ଗାଡ଼ିରେ ଗାରେଇ ଦେବାରୁ ୫ ବର୍ଷର ଶିଶୁକୁ ନିସ୍ତୁକ ମାଡ଼ । ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ରେଖନା ସାହିରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗତକାଲି ରାତିରେ ଟୁନା ସାହୁଙ୍କ ପୁଅ ସୋହନ ତାଙ୍କ ଘର ଆଗରେ ରହୁଥିବା ପ୍ରସାଦ ରାଓଙ୍କ କାର୍‌ରେ ଗାରେଇଥିବା ଅଭିଯୋଗରେ କାର୍‌ ମାଲିକ ନିର୍ଦ୍ଧୁମ ପିଟିଛନ୍ତି । ନାବାଳକ ପୁଅକୁ ବିଦ୍ୟୁତ୍‌ ଖୁଣ୍ଟିରେ ବାନ୍ଧି ଉଲଗ୍ନ କରି ମାଡ଼ ମାରିଥିବା ଅଭିଯୋଗ ହୋଇଛି ।କିଛି ସ୍ଥାନୀୟ ଲୋକ ନାବାଳକର ଅଭିଭାବକଙ୍କୁ ଜଣାଇବା ପରେ ପୁଅକୁ ଉଦ୍ଧାର କରିଥିଲେ ଟୁନା ସାହୁ ।

ସେପଟେ କାର ମାଲିକ ପ୍ରସାଦ ରାଓ କହିଛନ୍ତି ୪ ଦିନ ତଳେ ନାବାଳକ ଜଣକ ତାଙ୍କ କାରରେ ଗାର ମାରିଥିବା ଜାଣିପାରିଥିଲେ । ପୁଣି ଗତକାଲି କାରରେ ଗାର କରୁଥିବା ଦେଖିବା ପରେ ନାବାଳକ ନିଜ ମାଉସି ଘରକୁ ଚାଲିଯାଇଥିଲା । ସେଠାରୁ ତାକୁ ଡାକି ଦଣ୍ଡ ଦେବାକୁ ପିଲାଟିର ପ୍ୟାଣ୍ଟ ଓ ସର୍ଟକୁ ଖୋଲି ଘରେ ରଖିଥିଲେ । କାର୍‌ ମାଲିକଙ୍କ ପୁଅ ବିଦ୍ୟୁତ ଖୁଣ୍ଟରେ ବନ୍ଧା ଯାଇଥିବା ଘଟଣାକୁ ଅସ୍ୱୀକାର କରିଛନ୍ତି । ପୋଲିସ ନାବାଳକକୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇବା ସହ କାର ମାଲିକଙ୍କୁ ଅଟକ ରଖି ଛାଡ଼ିଦେଇଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.