Below header

କ୍ରାଇମବ୍ରାଞ୍ଚ ହେପାଜତରେ ପ୍ରଦୀପ ପାଣିଗ୍ରାହୀ: ଆଜି ରିମାଣ୍ଡର ଶେଷ ଦିନରେ ପୁଣି ଜେରା କରିବ ତଦନ୍ତକାରୀ ସଂସ୍ଥା

ଭୁବନେଶ୍ବର: କ୍ରାଇମବ୍ରାଞ୍ଚ ହେପାଜତରେ ପ୍ରଦୀପ ପାଣିଗ୍ରାହୀ । ଦୁଇ ଦିନିଆ ରିମାଣ୍ଡର ଦ୍ୱିତୀୟ ତଥା ଶେଷ ଦିନରେ ଗୋପାଳପୁର ବିଧାୟକଙ୍କୁ ପୁଣି ଜେରା କରିବ ତଦନ୍ତକାରୀ ସଂସ୍ଥା । ଗତକାଲି ଆକାଶ ପାଠକଙ୍କ ସହ ପ୍ରଦୀପଙ୍କୁ ସାମ୍ନାସାମ୍ନି ଜେରା କରାଯାଇଥିବା ସୂଚନା ମିଳିଛି ।

ତଦନ୍ତ ବେଳେ ଜଣାପଡିଛି, ବିଭିନ୍ନ ସମୟରେ ପ୍ରଦୀପଙ୍କ ଆକାଉଣ୍ଟରେ ଲକ୍ଷ ଲକ୍ଷ ଟଙ୍କା ଡିପୋଜିଟ ହୋଇଛି । ସେପ୍ଟେମ୍ବର ୨ ତାରିଖରେ ଦୁଇ ଥରରେ ଆସିଥିଲା ୫୦ ଲକ୍ଷ ଟଙ୍କା । ପରେ ସେହି ଟଙ୍କାକୁ ପ୍ରଦୀପ ଆକାଶଙ୍କ ପାଖକୁ ପଠାଇଥିଲେ । ସେସବୁ ଟଙ୍କା କାହାର ? ଚାକିରି ଆଶାୟୀ ଦେଇଥିଲେ କି ? ପ୍ରଦୀପଙ୍କ ଆକାଉଣ୍ଟରେ ଟଙ୍କା ଟ୍ରାନ୍ସଫର କରୁଥିବା ଲୋକମାନେ କିଏ ? କାହିଁକି ଏତେ ଟଙ୍କା ଜମା କରୁଥିଲେ ? ସେହି ଟଙ୍କାକୁ ବିଳମ୍ବ ନକରି ଆକାଶଙ୍କ ଆକାଉଣ୍ଟକୁ କାହିଁକି ଟ୍ରାନ୍ସଫର କରିଥିଲେ ପ୍ରଦୀପ ? ପଚରାଉଚରା ବେଳେ ଚାକିରି ଜାଲିଆତିର ଅନେକ ଭିତିରି କଥା ଜାଣିବ କ୍ରାଇମବ୍ରାଞ୍ଚ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.