ପୁରୀ ଶରଧାବାଲି ଗୁଳିମାଡ଼ରେ ଗୁରୁତର ଅପରାଧୀ ସଞ୍ଜୟ ଓରଫ ପାରା ବେହେରାର ମୃତ୍ୟୁ

ପୁରୀ(କେନ୍ୟୁଜ୍) : ପୁରୀ ଶରଧାବାଲି ଗୁଳିମାଡ଼ରେ ଗୁରୁତର ଅପରାଧୀ ସଞ୍ଜୟ ଓରଫ ପାରା ବେହେରାର ମୃତ୍ୟୁ । ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଗୋଟିଏ ଗୋଷ୍ଠୀର ଦୁଇ ଜଣ ଦୁର୍ବୃତ୍ତ ଏକ ବାଇକରେ ଆସି ତାଙ୍କୁ ଗୁଳିମାଡ଼ କରିଥିଲେ । ପାରା ପୁରୀ ସର୍ବୋଦୟ ନଗରରେ ରହି ଏକ ବଡ଼ ଗ୍ୟାଙ୍ଗ କରିଥିଲା । ଗାଡ଼ି ଷ୍ଟାଣ୍ଡକୁ ନେଇ ପାରାର ନିଜ ପୂର୍ବତନ ସହଯୋଗୀ ଗୋଷ୍ଠୀ ସହ ସୋମବାର ସଂଧ୍ୟାରେ ଗଣ୍ଡଗୋଳ ହୋଇଥିଲା । ଘଟଣାର ତଦନ୍ତ ଚାଲିଛି । ଖୁବ ଶୀଘ୍ର ଅପରାଧୀଙ୍କୁ ଗିରଫ କରାଯିବ ବୋଲି ଅତିରିକ୍ତ ଏସପି କହିଛନ୍ତି ।