Below header

ବଢିଲା କଟକ ଏସସିବି ଓ ଭିମସାରରେ ନର୍ସିଂ ଟିଚିଂ ପୋଷ୍ଟ , ୫୬ଟି ନୂଆ ପଦବୀକୁ ସ୍ୱୀକୃତି ଦେଲେ ମୁଖ୍ୟମନ୍ତ୍ରୀ

କଟକ(କେନ୍ୟୁଜ୍) : ବଢିଲା କଟକ ଏସସିବି ଓ ଭିମସାରରେ ନର୍ସିଂ ଟିଚିଂ ପୋଷ୍ଟ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆ ୫୬ଟି ପଦବୀକୁ ସ୍ୱୀକୃତି ଦେଇଛନ୍ତି । କଟକ ଏସସିବି ନର୍ସିଂ କଲେଜ ପାଇଁ ନୂଆ ୩୨ଟି ଟିଚିଂ ପଦବୀ ସ୍ୱୀକୃତି ଦେଇଛନ୍ତି । ଏଥିରେ ଗୋଟିଏ ଅଧ୍ୟକ୍ଷ, ଗୋଟିଏ ଉପାଧ୍ୟକ୍ଷ, ଗୋଟିଏ ପ୍ରଫେସର, ୪ଟି ଆସୋସିଏଟ ପ୍ରଫେସର, ୬ଟି ଆସିଷ୍ଟାଣ୍ଟ ପ୍ରଫେସର ଓ ଅଧ୍ୟାପକ ଏବଂ ୧୯ଟି ଟ୍ୟୁଟର ପଦ ରହିଛି । ସାତଟି ପ୍ରଶାସନିକ ପଦବୀକୁ ମଧ୍ୟ ସ୍ୱୀକୃତି ମିଳିଛି । ସେହିପରି ବୁର୍ଲା ଭିମସାର ନର୍ସିଂ କଲେଜ ପାଇଁ ୨୪ଟି ପଦବୀକୁ ସ୍ୱୀକୃତି ମିଳିଛି । ଏଥିରେ ଗୋଟିଏ ଅଧ୍ୟକ୍ଷ, ଗୋଟିଏ ଉପାଧ୍ୟକ୍ଷ, ଗୋଟିଏ ପ୍ରଫେସର, ୩ଟି ଆସୋସିଏଟ ପ୍ରଫେସର, ୮ଟି ଆସିଷ୍ଟାଣ୍ଟ ପ୍ରଫେସର ଓ ଅଧ୍ୟାପକ ଏବଂ ୧୦ଟି ଟ୍ୟୁଟର ପଦ ରହିଛି । ସାତଟି ପ୍ରଶାସନିକ ପଦବୀକୁ ମଧ୍ୟ ସ୍ୱୀକୃତି ମିଳିଛି । ଉଭୟ ଅନୁଷ୍ଠାନ ପାଇଁ ମୋଟ ୭୦ଟି ପଦବୀକୁ ସ୍ୱୀକୃତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.