ଜାଡ଼ରେ ଥରୁଛି ସାରା ଓଡ଼ିଶା , ମାଲକାନଗିରି, କୋରାପୁଟ ଓ କଳାହାଣ୍ଡି ଜିଲ୍ଲାରେ ଆଜି ହୋଇପାରେ ସ୍ୱଳ୍ପ ବର୍ଷା

ଭୁବନେଶ୍ବର(କେନ୍ୟୁଜ୍) : ଜାଡ଼ରେ ଥରୁଛି ସାରା ଓଡ଼ିଶା । ଗାଁରୁ ସହର, ଉପକୂଳରୁ ଉପାନ୍ତ ସବୁଠି ଶୀତର ପ୍ରକୋପ । ଲଗାତାର ୪ଦିନ ଧରି ରାଜ୍ୟରେ ଲାଗି ରହିଛି ଏଭଳି ସ୍ଥିତି । ଘନ କୁହୁଡ଼ି ସାଙ୍ଗକୁ ଜାଡ଼ରେ ଅସ୍ତବ୍ୟସ୍ତ ଲୋକେ । ପ୍ରବଳ ଶୀତ ଯୋଗୁ ସକାଳୁ ସକାଳୁ ଲୋକମାନେ ନିଆଁ ଜାଳି ପୋଉଁଥିବା ଦେଖିବାକୁ ମିଳିଛି । ଘନ କୁହୁଡ଼ି ଯୋଗୁଁ ଜୀବନଯାତ୍ରା ପ୍ରଭାବିତ ହେଉଛି । ତାପମାତ୍ରା ଖସିବା ଫଳରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି । ରାତିରେ ଶୀତ ଅଧିକ ବଢୁଛି । ୩୧ତାରିଖ ଯାଏଁ ଏପରି ସ୍ଥିତି ଲାଗି ରହିବ । ସେପଟେ ଆଜି ମାଲକାନଗିରି, କୋରାପୁଟ ଓ କଳାହାଣ୍ଡି ଜିଲ୍ଲାରେ ସ୍ୱଳ୍ପ ବର୍ଷା ହୋଇପାରେ । ଫଳରେ ତାପମାତ୍ରା ସାମାନ୍ୟ ବୃଦ୍ଧି ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.