ଢେଙ୍କାନାଳ ସପ୍ତଶଯ୍ୟାରେ ଜମୁଛି ବଣଭୋଜିର ମଜା, ବଢ଼ିବାରରେ ଲାଗିଛି ପର‌୍ୟ୍ୟଟକଙ୍କ ଭିଡ

ପିକନିକ୍ ଋତୁ ସହ ନୂଆବର୍ଷ ପାଇଁ ଢେଙ୍କାନାଳ ଜିଲ୍ଲା ସପ୍ତଶଯ୍ୟାରେ ଜମୁଛି ପର‌୍ୟ୍ୟଟକଙ୍କ ଭିଡ। ପ୍ରାକୃତିକ ସୌନ୍ଦର‌୍ୟ୍ୟକୁ ଉପଭୋଗ କରିବା ସହ ବଣଭୋଜିର ମଜା ନେଉଛନ୍ତି ରାଜ୍ୟ ଓ ରାଜ୍ୟ ବାହାରୁ ଆସିଥିବା ଶହ ଶହ ପର‌୍ୟ୍ୟଟକ। ଅନ୍ୟପଟେ ପାନୀୟ ଜଳର ସୁବିଧା ପାଇଁ ଦାବି ହୋଇଛି।

saptasarjya

ଧାଡି କି ଧାଡି ଠିଆ ହୋଇଛି ଗାଡ଼ି। ଲାଗିଛି ଲୋକଙ୍କ ଗହଳି। କିଏ ପରିବା କାଟୁଛି ତ, ଆଉ କିଏ ରୋଷେଇ କରିବାରେ ବ୍ୟସ୍ତ। କିଏ ନିଜ ପରିବାର ସହ ଆସିଛି ତ, ଆଉ କିଏ ବନ୍ଧୁମାନଙ୍କ ସହ ମିଶି ମଜା ମସ୍ତି କରିବାରେ ମସଗୁଲ୍। ପିକନିକ୍ ଋତୁ ଚାଲିଥିବାରୁ ବଣପାହାଡ ଘେରା ଢେଙ୍କାନାଳ ଜିଲ୍ଲା ସପ୍ତଶଯ୍ୟାରେ ଜମୁଛି ପର‌୍ୟ୍ୟଟକଙ୍କ ଭିଡ଼। ପ୍ରାକୃତିକ ସୌନ୍ଦର‌୍ୟ୍ୟକୁ ଉପଭୋଗ କରିବା ସହ ବଣଭୋଜିର ମଜା ନେଉଛନ୍ତି ରାଜ୍ୟ ଓ ରାଜ୍ୟ ବାହାରୁ ଆସିଥିବା ଶହ ଶହ ପର‌୍ୟ୍ୟଟକ।

saptasajya

ସ୍ଥାନୀୟ ଅଞ୍ଚଳବାସୀ ସପ୍ତଶଯ୍ୟାର ପରିବେଶକୁ ସଫାସୁତୁରା କରିଛନ୍ତି। ପାନୀୟ ଜଳର ସମସ୍ୟା ଥିବା ଅଭିଯୋଗ ହୋଇଛି। ତା ସହ ଶୌଚାଳୟର ବ୍ୟବସ୍ଥା କରିବାକୁ ମତ ଦେଇଛନ୍ତି ପର‌୍ୟ୍ୟଟକ। ସପ୍ତଶଯ୍ୟା ଅଞ୍ଚଳ ପର‌୍ୟ୍ୟଟକମାନଙ୍କ ପାଇଁ ବଣଭୋଜିର ଉପଯୁକ୍ତ ସ୍ଥାନ ହୋଇଥିଲେ ମଧ୍ୟ ଏଠାକାର ସମସ୍ୟା ପ୍ରତି ପ୍ରଶାସନ ଧ୍ୟାନ ଦେବା ନିହାତି ଆବଶ୍ୟକ।