Below header

ରାଜ୍ୟରେ ଧୀରେ ଧୀରେ ଲୋକପ୍ରିୟ ହେବାରେ ଲାଗିଛି ଇ-ଲାଇବ୍ରେରୀ

ବ୍ରହ୍ମପୁର(କେନ୍ୟୁଜ୍) : ପରିବର୍ତ୍ତିତ ପରିସ୍ଥିତିରେ ଆମର ଆବଶ୍ୟକତାକୁ ଦୃଷ୍ଟିରେ ରଖି ନୂଆ ନୂଆ ଜ୍ଞାନକୌଶଳ ଉଦ୍ଭାବନ ହେଉଛି । ଫଳରେ ଆମର ଜୀବନଶୈଳୀ ସହଜ ହୋଇପାରୁଛି । ସେମିତି ଏକ ବହୁଳ ପ୍ରସାରିତ ବିଷୟ ହେଉଛି ଇ-ଲାଇବ୍ରେରୀ । ସମଗ୍ର ବିଶ୍ୱରେ ଏହାର ଆଦୃତି ବଢୁଥିବା ବେଳେ ଆମ ରାଜ୍ୟରେ ମଧ୍ୟ ଇ-ଲାଇବ୍ରେରୀ ଧୀରେ ଧୀରେ ଲୋକପ୍ରିୟ ହେବାରେ ଲାଗିଛି ।

e-liଏଭଳି ସମୟରେ ଆମେରିକାରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ସାମାଜିକ ସଙ୍ଗଠନ “ଦ’ ଓଡ଼ିଶା ସୋସାଇଟି ଅଫ୍‌ ଦ ଆମେରିକାସ୍‌”ଙ୍କ ଉଦ୍ୟମ ଓ ସହଯୋଗରେ ବ୍ରହ୍ମପୁର ମ୍ୟୁନସିପାଲ୍‌ କରପୋରେସନରେ ଏକ ସର୍ବସାଧାରଣ ଇ-ଲାଇବ୍ରେରୀ ୨୦୧୭ ମସିହାରୁ କାର‌୍ୟ୍ୟକ୍ଷମ ହୋଇଛି । ସମୟକ୍ରମେ ସମଗ୍ର ରାଜ୍ୟକୁ ଏହି ଲାଇବ୍ରେରୀ ବିଭିନ୍ନ ଅନୁଷ୍ଠାନଙ୍କ ସହଭାଗିତାରେ ସମ୍ପ୍ରସାରିତ ହେବାର କାର‌୍ୟ୍ୟକ୍ରମ ରହିଛି । ଏ ନେଇ ସୋସାଇଟି କିଟ୍‌ କ୍ୟାମ୍ପସ୍‌ ସେଭେନ୍‌ ଅଡିଟୋରିଅମ୍‌ରେ ଆଜି ଓଡ଼ିଶା ପବ୍ଲିକ୍‌ ଲାଇବ୍ରେରୀ କନ୍‌ଫେରେନ୍‌ସ ଆୟୋଜନ କରୁଥିବା ଏହାର ସଭାପତି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.