ଆସନ୍ତାକାଲିଠୁୁ ଭୁବନେଶ୍ୱର ଜନତା ମଇଦାନରେ ତ୍ରୟୋଦଶ ତୋଷାଳି ଜାତୀୟ କ୍ରାଫ୍ଟସ ମେଳା

ଭୁବନେଶ୍ୱର(କେନ୍ୟୁଜ୍) : ଭୁବନେଶ୍ୱର ଜନତା ମଇଦାନରେ ଆସନ୍ତାକାଲିଠୁୁ ୧୩ ତାରିଖ ଯାଏ ତ୍ରୟୋଦଶ ତୋଷାଳି ଜାତୀୟ କ୍ରାଫ୍ଟସ ମେଳା ଅନୁଷ୍ଠିତ ହେବ । ଏଥିରେ ରାଜ୍ୟ ଓ ରାଜ୍ୟ ବାହାରୁ ୩୫୦ ଜଣ ବୁଣାକାର ଓ କାରିଗର ଭାଗ ନେବେ । ୩୮୦ରୁ ଅଧିକ ଷ୍ଟଲ ଖୋଲିବ । ଚଳିତବର୍ଷ ତନ୍ତୁକୃତି ପରିକଳ୍ପନା ଆଧାରରେ ଥିମ ପ୍ୟାଭିଲିୟନର ସାରା ମେଳା ପରିସରକୁ ସାଜସଜ୍ଜା କରାଯିବ । ଗତବର୍ଷ ତୋଷାଳି ଜାତୀୟ କ୍ରାଫ୍ଟସରେ ୨୦ କୋଟି ଟଙ୍କା ବ୍ୟବସାୟ ହୋଇଥିଲା । ଏଥର ମେଳାରେ ୨୫ କୋଟି ଟଙ୍କା ବ୍ୟବସାୟ ନେଇ ଆଶା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.