Below header

ଜପକୁଦ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ‘ନୂଆ-ଓ’ ପରିପ୍ରେକ୍ଷୀରେ ସାଂସ୍କୃତିକ କାର୍ଯ୍ୟକ୍ରମ

ନୂଆ-ଓ’ ବିଶ୍ୱଭାଷା ସମ୍ମିଳନୀ ଓ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପରିପ୍ରେକ୍ଷୀରେ ଜପକୁଦ ବାଳିକା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି ।

ଭୁବନେଶ୍ୱର : ‘ନୂଆ-ଓ’ ବିଶ୍ୱଭାଷା ସମ୍ମିଳନୀ ଓ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପରିପ୍ରେକ୍ଷୀରେ ଜପକୁଦ ବାଳିକା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାଲେପୁର ପଞ୍ଚାୟତ ସମିତିର ଅଧ୍ୟକ୍ଷ ରାମଚନ୍ଦ୍ର ଭୋଇ, ସମ୍ମାନିତ ଅତିଥି ସାଲେପୁର ବ୍ଲକ ଯୁବ ବିଜେଡି ସଭାପତି ନାରାୟଣ ପତି, ସୌମ୍ୟା ପତି, କଟରପା ପଞ୍ଚାୟତ ସମିତି ସଭ୍ୟ ଗୟାଧର ମଲ୍ଲିକ ଓ ମୁଖ୍ୟବକ୍ତା ଅକ୍ଷୟ କୁମାର ଦାଶ ଯୋଗଦେଇ ଜଗନ୍ନାଥ ସଂସ୍କୃତି ଏବଂ ଓଡିଆ ଭାଷାର ପ୍ରସାର ଉପରେ ଆଲୋଚନା କରିଥିଲେ ।

କାର୍ଯ୍ୟକ୍ରମରେ ଜପକୁଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ପୁଷ୍ପାଞ୍ଜଳି ପଣ୍ଡା ଅଧ୍ୟକ୍ଷତା କରିଥିଲେ । କାର୍ଯ୍ୟକ୍ରମରେ ପ୍ରାଧ୍ୟାପିକ ନବଘନ ନନ୍ଦ ସ୍ୱାଗତ ଭାଷଣ, ଅଧ୍ୟାପିକା ସ୍ମୃତିରେଖା ବ୍ରହ୍ମା ଅତିଥି ପରିଚୟ ଓ ଇତିଶ୍ରୀ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରାଧ୍ୟାପିକା ମିନର୍ଭା ମିଶ୍ର, ଅଧ୍ୟାପିକା ମମତା ତ୍ରିପାଠୀ,ମମତା ପଣ୍ଡା, ଖେଳ ଶିକ୍ଷକ ମନୋଜ ବେହେରା, ଧରଣୀଧର ବେହେରା, ମନୋରମା ଦେଇ, ସ୍ୱପ୍ନାରାଣୀ ସାହୁ, ଗିତାଞ୍ଜଳି ପଣ୍ଡା,ଶାନ୍ତିଲତା ରାଉତ, ବିରକିଶୋର ରାଉତରା,ରମେଶ ବାରିକ,ବସନ୍ତ ଜେନା ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ଅଧ୍ୟାପିକା ସନ୍ଧ୍ୟାରାଣୀ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.